ETV Bharat / state

ଲକଡାଉନ୍ ଓ ସଟଡାଉନ କଟକଣାରେ ଫିକା ପଡିପାରେ ରଜପର୍ବ - jajpur latest news

ଚଳିତ ବର୍ଷ କୋରୋନା ଜନିତ ଲକଡାଉନ୍ ଓ ସଟଡାଉନ କଟକଣା ଯୋଗୁଁ ଫିକା ପଡିବାକୁ ଯାଉଛି ରଜପର୍ବ । ଆସନ୍ତାକାଲି ଠାରୁ ପୁଣି 2ୟ ସପ୍ତାହର 48 ଘଣ୍ଟିଆ ସଟଡାଉନ୍ । ଫଳରେ ରଜ ପାଳନକୁ ନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ନୈରାଶ୍ୟ । ହେଲେ ଏବର୍ଷ କୋରୋନା କଟକଣା ଭିତରେ ରଜ ତାର ପରିଚୟ ହଜାଇ ବସିଛି ।

odia-festival-rojo-affect-from-covid19-lockdowns-and-shutdowns
http://10.10.50.80:6060///finalout3/odisha-nle/finalout/12-June-2020/7591293_jaj.mp4
author img

By

Published : Jun 12, 2020, 9:32 PM IST

ଯାଜପୁର: ରବିବାର ହେଉଛି ପହିଲି ରଜ । ହେଲେ ଚଳିତ ବର୍ଷ କୋରୋନା ଜନିତ ଲକଡାଉନ୍ ଓ ସଟଡାଉନ କଟକଣା ଯୋଗୁଁ ଫିକା ପଡିବାକୁ ଯାଉଛି ରଜପର୍ବ । ଆସନ୍ତାକାଲି ଠାରୁ ପୁଣି 2ୟ ସପ୍ତାହର 48ଘଣ୍ଟିଆ ସଟଡାଉନ୍ । ଫଳରେ ରଜ ପାଳନକୁ ନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ନୈରାଶ୍ୟ । ହେଲେ ଏବର୍ଷ କୋରୋନା କଟକଣା ଭିତରେ ରଜ ତାର ପରିଚୟ ହଜାଇ ବସିଛି । ଲୋକ ବି ବଜାରକୁ ଆସିବାକୁ ମନ କରୁନାହାନ୍ତି । ଯାଜପୁରରେ ପ୍ରତି ସପ୍ତାହରେ ଶନିବାର-ରବିବାର ଦୁଇଦିନ ପାଇଁ ଜାରି ହୋଇଛି 48ଘଣ୍ଟିଆ ସଟଡାଉନ୍ । କେବଳ ଘର ଲୋକଙ୍କ ମନ ବୁଝାଇବା ପାଇଁ ଆଜି ଦିନରେ ଦେଖିବାକୁ ମିଳିଛି କିଛିଟା ଭିଡ । ତେବେ ରଜ ସମୟରେ ସଟଡାଉନକୁ କଡାକଡି ଭାବେ ପାଳନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ ।

ଲକଡାଉନ୍ ଓ ସଟଡାଉନ କଟକଣାରେ ଫିକା ପଡିପାରେ ରଜପର୍ବ

ରଜ ଆସିବାକୁ ଆଉ ମାତ୍ର ଦୁଇଦିନ ବାକି ଅଛି । ହେଲେ ଏବର୍ଷ ଯେମିତି କୋରୋନା ଲୁଟି ନେଇଛି ରଜର ମଜା । ହଜି ଯାଇଛି ରଜ ପରିଚୟ । କଟକଣା ଯୋଗୁଁ ଗ୍ରାହକଙ୍କ ଭିତରେ ଦେଖାଦେଇଛି ନୈରାଶ୍ୟତା । ଯଦିଓ ସାମାଜିକ ଦୂରତ୍ବ ଓ ମାସ୍ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି ତଥାପି ରଜ ସଉଦା ପାଇଁ ଗ୍ରାହକଙ୍କୁ ବଜାର ଆସିବାକୁ ଡର ଲାଗୁଛି । ରଜ ପୂର୍ବରୁ ଦୋକାନ ବଜାର ଓ ମଲ୍ ଆଦି ଖୋଲିଥିଲେ ବି ବେପାର ପୁରା ମାନ୍ଦାରେ ଗତିକରୁଛି । ପୂର୍ବ ଘୋଷଣା ମୁତାବକ ଆସନ୍ତା କାଲି ଠାରୁ ଶନିବାର ଓ ରବିବାର ଦୁଇଦିନ ଜାରି ରହିବ 2ୟ ସପ୍ତାହର ସଟଡାଉନ୍ କଟକଣା । ଶନିବାର ପାଣିବୁହା ଥିବା ବେଳେ ରବିବାର ହେଉଛି ପହଲି ରଜ । ହେଲେ ଏବର୍ଷ କୋରୋନା କଟକଣା ପାଇଁ ସବୁକିଛି ଯେମିତ ଫିକାଫିକା ଲାଗୁଛି । ସାରା ଜିଲ୍ଲାରେ କଟକଣା ଲାଗୁ ହେଉଥିବାରୁ ରଜ ପାଳନକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ନୈରାଶ୍ୟତା । ପୂର୍ବବର୍ଷ ମାନଙ୍କ ପରି ଏବର୍ଷ କିନ୍ତୁ ରଜ ବଜାରରେ ଆମ୍ବ ପଣସର ମହକ ନାହିଁ କି ମଲରେ ଲୁଗାପଟା କିଣିବାକୁ ଗ୍ରାହକଙ୍କ ମନରେ ସେଭଳି ଆଗ୍ରହ ନାହିଁ । ବ୍ୟବସାୟୀଙ୍କ କଥା ନ କହିବା ଭଲ ।

ପ୍ରତି ବର୍ଷ ରଜ ଆସିବାର ପ୍ରାୟ 15ଦିନ ଆଗରୁ ଭଲ ବ୍ୟବସାୟ ହୋଇଥାଏ । ଦୋକାନ ବଜାରରେ ଭିଡ ଜମେ । ଛୋଟ ଦୋକାନୀଙ୍କ ଠାରୁ ମଲ୍ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ଭଲ ରୋଜଗାର ପତ୍ର କରିଥାନ୍ତି । ଏବର୍ଷ କିନ୍ତୁ ସବୁ ଫସର ଫାଟି ଯାଇଛି । ଗାଁ ଠୁଁ ସହର ବଜାର ସବୁ ଠି ସେଇ ଏକା ଅବସ୍ଥା । କୋରୋନା କଟକଣା ଯୋଗୁଁ ସାଧରଣ ଗ୍ରାହକ ବି ବଜାରକୁ ଆସିବାକୁ ମନ କରୁନାହାନ୍ତି । ଠିକ୍ ରଜ ସମୟରେ ହିଁ ଜାରି ରହିବ ଦୁଇଦିନିଆ ସଟଡାଉନ୍ । ରଜ ପାଇଁ କେବଳ ଆଜି ଦିନଟି ରାତି 10ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ମଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏଭଳି ପରିସ୍ଥିତିରେ ଘର ଲୋକଙ୍କ ମନ ବୁଝାଇବା ପାଇଁ ଆଜି ଦିନରେ ଦେଖିବାକୁ ମିଳିଛି ଗ୍ରାହକଙ୍କ କିଛିଟା ଭିଡ । ତେବେ ରଜସମୟରେ ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ତେବେ ଏବର୍ଷ ଏତେ କଟକଣା ଭିତରେ ରଜ ତିନି ଦିନ କିପରି କଟୁଛି ଏବଂ ଲୋକେ କିପରି କଟକଣା ମାନୁଛନ୍ତି ତାହା ଉପରେ ରହିଛି ନଜର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.