ETV Bharat / state

ବାଦୁଡି ସୁରକ୍ଷାରେ ବ୍ରତୀ କବାଟବନ୍ଧ ଗ୍ରାମବାସୀ - SERVICE

ଯାଜପୁର ଧର୍ମଶାଳା ବ୍ଲକର କବାଟବନ୍ଧ ଗାଁର ଗ୍ରାମବାସୀମାନେ ବାଦୁଡିମାନଙ୍କର ଯତ୍ନ ନେବା ସହ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର
author img

By

Published : May 18, 2019, 2:32 PM IST

ଯାଜପୁର: ଫନି ବାତ୍ୟାରେ ମଣିଷର ଯାହା କ୍ଷତି ହୋଇଛି ତାହା ଅକଳନୀୟ । ଏହାକୁ ଛାଡି ପଶୁପକ୍ଷୀମାନଙ୍କର ଅନେକ କ୍ଷତି ହୋଇଛି । କେତେକ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଗ୍ରୀଷ୍ମର ପ୍ରଭାବ ମଧ୍ୟ ପଶୁପକ୍ଷୀମାନଙ୍କୁ ଅଧିକ ବିପଦରେ ପକାଇଛି । ଏମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । କିନ୍ତୁ ସୁରକ୍ଷା ଦେବାରେ ଅଧିକାଂଶ ଅକ୍ଷମ। କିଛି ଲୋକ ଭିନ୍ନ ମନୋଭାବ ନେଇ ପଶୁପକ୍ଷୀମାନଙ୍କ ସୁରକ୍ଷା ମଧ୍ୟ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଧର୍ମଶାଳା ବ୍ଲକର କବାଟବନ୍ଧ ଗାଁରେ । ଗାଁର 4ଟି ବଡ ବଡ ଗଛରେ ବସବାସ କରୁଛନ୍ତି ହଜାର ହଜାର ବାଦୁଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ବ୍ରାହ୍ମଣୀ ନଦୀ କୂଳରେ କାହିଁ କେତେ କାଳରୁ ରହିଛି ଏହି ବର, ଅଶ୍ବସ୍ତ ଓ ଇନ୍ଦ୍ର ଗଛ । ଏଥିରେ ରହୁଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡି । ଗଛର ଡାଳରୁ ଆସୁଥିବା କିଚିରିମିଚିରି ଶବ୍ଦ ବାଟୋଇମାନଙ୍କୁ ଗଛ ଉପରକୁ ଚାହିଁବା ପାଇଁ ବାଧ୍ୟ କରେ । ହେଲେ ଗତ ବାତ୍ୟା ଫନିରେ କେତେକ ବାଦୁଡି ମରିଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏପରିକି ବର୍ତ୍ତମାନର ପ୍ରବଳ ଖରା ଏମାନଙ୍କ ପାଇଁ ଅସହ୍ୟ ହେଉଥିବା ଦେଖାଯାଉଛି । ଏପରି ସ୍ଥିତିରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଗ୍ରାମବାସୀମାନେ ଏମାନଙ୍କର ଯତ୍ନ ନେବା ସହ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳିଛି ।

ପରିବେଶର ପରିବର୍ତ୍ତନ ତଥା ଶିକାର ପାଇଁ ଧୀରେଧୀରେ ଲୋପ ପାଉଛି ବାଦୁଡିଙ୍କ ସଂଖ୍ୟା। ଏସବୁର ପ୍ରତିକୂଳ ପରିସ୍ଥିତିରୁ ବାଦୁଡିମାନଙ୍କୁ ରକ୍ଷା କରିବା ପାଇଁ କବାଟବନ୍ଧ ଓ ବଣିଆସାହି ଅଧିବାସୀମାନେ ଯେପରି ସଂକଳ୍ପବଦ୍ଧ । ଖରାର ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରତିଦିନ ପାଣି ସିଞ୍ଚନ କରିଆସୁଛନ୍ତି । ଏହା ସହ କୁକୁର, ଛଞ୍ଛାଣ, ଚିଲ ଓ ଶିକାରୀମାନଙ୍କଠାରୁ ସୁରକ୍ଷା ଦେଉଛନ୍ତି । ଏହି କାମରେ ଗ୍ରାମବାସୀଙ୍କୁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଶିଳ୍ପ ସଂସ୍ଥାମାନେ ସହଯୋଗ କରୁଥିବା ଗ୍ରାମବାସୀମାନେ କହିଛନ୍ତି ।

ମଣିଷ କେତେବେଳେ ରକ୍ଷକ ତ କେତେବେଳେ ଭକ୍ଷକ ସାଜୁଛି । ହେଲେ କବାଟବନ୍ଧ ଗ୍ରାମବାସୀମାନଙ୍କର ବାଦୁଡିମାନଙ୍କ ସୁରକ୍ଷା ପାଇଁ ଥିବା ଉଦ୍ୟମ ଓ ନିଷ୍ଠା ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.