ETV Bharat / state

ରାଜ୍ୟ ସରକାରଙ୍କୁ NGT ଛାଟ, ଜଙ୍ଗଲ ଜମିରେ ପିଜୁଳି ଚାଷ କରି ଗଣିବେ କୋଟିଏ ଜୋରିମାନା

ଉଦ୍ୟାନ କୃଷି ବିକାଶ ନାଁରେ ଜଙ୍ଗଲ ଜମିର ବିନାଶ । ଅନୁମତି ନଥାଇ ଜଙ୍ଗଲ ଜମିରେ ଚାଲିଛି ପିଜୁଳି ଚାଷ । ଏହି ଦୁର୍ନୀତି ବିରୋଧରେ ଐତିହାସିକ ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଫଳସ୍ବରୂପ କୋଟିଏ ଟଙ୍କାର ଜୋରିମାନା ଭରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଦେଖନ୍ତୁ ଏହି ରିପୋର୍ଟ

author img

By

Published : May 27, 2022, 2:24 PM IST

ପିଜୁଳି ଉଦ୍ୟାନ ଉପରେ ସବୁଜ ଛାଟ, କୋଟିଏ ଟଙ୍କାର ଜରିମାନା ଦେବେ ରାଜ୍ୟ ସରକାର

ଯାଜପୁର: ପ୍ରକାଶ ପାଇଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ବାରା ଐତିହାସିକ ରାୟ । ଜଙ୍ଗଲକୁ ଉଦ୍ୟାନରେ ରୂପାନ୍ତର କରିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜୋରିମାନା ଲଦିଲେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ (NGT) । ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କରିବାର ଅନୁମତି ନଥାଇ ପ୍ରାୟ ୫୫୦ ଏକର ଜମିରେ ହୋଇଥିଲା ବୃହତ ପିଜୁଳି ବଗିଚା । ଉଦ୍ୟାନ କୃଷିର ବିକାଶ ନାଁରେ ଜଙ୍ଗଲ ଜମିର ବିନାଶ କରି ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଦ୍ବାରା କରାଯାଇଥିଲା ଏଭଳି ବେଆଇନ୍ କାର୍ଯ୍ୟ । ଜିଲ୍ଲା ଖଣିଜ ପାଣ୍ଠିରୁ କୋଟିକୋଟି ଟଙ୍କା ବିନିଯୋଗ କରାଯାଇ ୨ ଲକ୍ଷରୁ ଊର୍ଦ୍ଧ୍ବ ପିଜୁଳି ଚାରା ଲଗାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଖୋଦ୍ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଏହାର ଶୁଭାରମ୍ଭ କରିଥିଲେ ।

ଉଦ୍ୟାନ ଓ କୃଷି ବିଭାଗ ସମନ୍ବୟରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦାମୋଦରପୁର, ବୋତଲଣ୍ଡା ଓ ମୁଳୁଖମ୍ବ ଆଦି ୩ଟି ମୌଜାରେ ୩୦୦ ଏକର ପାଖାପାଖି ଶାଳ ଜଙ୍ଗଲ ଜମିରେ ଏକ ବୃହତ୍ତ ପିଜୁଳି ବଗିଚା କରାଯାଇଥିବା NGT ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଏନଜିଟି ନିକଟରେ ଫେରାଦ ହୋଇଥିଲେ ତପନ କୁମାର ବରାଳ ନାମକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ । ଏହାର ରାୟ ପ୍ରକାଶ ପାଇବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଉଦ୍ୟାନ ବିଭାଗର ଯୋଜନା ଅନୁଯାୟୀ ପ୍ରାୟ ୫୫୦ ଏକର ଜମିରେ ୨ ଲକ୍ଷ ପିଜୁଳି ଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୦ କୋଟି ଟଙ୍କାର ଅର୍ଥରାଶି ମଧ୍ୟ ମଞ୍ଜୁର ହୋଇଥିଲା । ଏହି ପିଜୁଳି ବଗିଚାର ଶୁଭାରମ୍ଭ କରିଥିଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ।

ପୂର୍ବରୁ ଏହି ଦାମୋଦରପୁର ଅଞ୍ଚଳରେ ଏସିଆ ମହାଦେଶର ସର୍ବବୃହତ ଟସର ଫାର୍ମ ଓ ବିହନ ଉତ୍ପାଦନ କେନ୍ଦ୍ର ରହିଆସିଥିଲା । ଏହି ପିଜୁଳି ବଗିଚାରେ ଜାତୀୟ ସ୍ତରର ପ୍ରାୟ ୨୨ ପ୍ରକାରର ପିଜୁଳି ଗଛ ଲଗାଯାଇଛି । ଆଗାମୀ ଦିନରେ ଏଠାରେ ପିଜୁଳିର ଏକ ଜର୍ମିପ୍ଲାଜମ୍ ସେଣ୍ଟର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିସହିତ ପାଣିକୋଇଲି ଠାରେ ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯାଇ ସେଠାରେ ପିଜୁଳିକୁ ସଂରକ୍ଷଣ କରାଯାଇ ବିକ୍ରି କରାଯିବ ବୋଲି କୁହାଯାଇଥିଲା । ଏଠାରେ କେବଳ ବଗିଚା ନୁହେଁ, ଏହାକୁ ଏକ ଇକୋ ଟୁରିଜିମ୍ ଜୋନ୍ ଭାବେ ପରିଣତ କରିବାକୁ କୁହାଯାଇଥିଲା । ଏବେ ଏନଜିଟିଙ୍କ ହସ୍ତକ୍ଷେପ ପରେ ସବୁ ସ୍ବପ୍ନ ଫସର ଫାଟିବାକୁ ବସିଛି ।

ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗ ଅର୍ଥରାଶି ପାଣିରେ ଯିବା ସାର ହୋଇଛି । ତୁରନ୍ତ ଏହି ଜମିରୁ ପିଜୁଳି ଚାରା ଗୁଡିକ ଓପାଡି ଫିଙ୍ଗିବା ସହ ଶାଳଜଙ୍ଗଲ ସୃଷ୍ଟି କରିବା ପାଇଁ NGT କଟକ ଡିଏଫଓ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ୟାନ ବିଭାଗ ଅଧିକାରୀ ଏବଂ ଜିଲ୍ଲାପାଳ ତୁରନ୍ତ ଏହାର ରିପୋର୍ଟ ଦାଖଲ କରିବାକୁ ଦର୍ଶାଯାଇଛି । ଏନଜିଟିଙ୍କ ଏଭଳି କଡା ନିର୍ଦ୍ଦେଶନାମା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଉଦ୍ୟାନ ବିଭାଗର ନିଦ ହଜାଇ ଦେଇଛି । ଏବେ ଆଗକୁ କ'ଣ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.