ETV Bharat / state

ନବରଙ୍ଗପୁର ପରେ ଯାଜପୁର, ବୁଦା ମୂଳରୁ ଶିଶୁପୁତ୍ର ଉଦ୍ଧାର - ଯାଜପୁରରୁ ନବଜାତ ଶିଶୁ ଉଦ୍ଧାର

ଯାଜପୁରରେ ଅଭାବନୀୟ ଘଟଣା । ନାଳର କୂଳରେ ଥିବା ଏକ ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ ଶିଶୁ ସୁରକ୍ଷା ଅଧିକାରୀ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର ପରେ ଯାଜପୁର, ବୁଦା ମୂଳରୁ ଶିଶୁପୁତ୍ର ଉଦ୍ଧାର

author img

By

Published : Jun 20, 2022, 4:16 PM IST

Updated : Jun 20, 2022, 4:59 PM IST

ଯାଜପୁର: ଅଲୋଡ଼ା ହେଲା ଶିଶୁପୁତ୍ର । ନବଜାତ ଶିଶୁକୁ ନାଳରୁ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର ଉଦୟପୁର ଗ୍ରାମରେ ।

ନବରଙ୍ଗପୁର ପରେ ଯାଜପୁର, ବୁଦା ମୂଳରୁ ଶିଶୁପୁତ୍ର ଉଦ୍ଧାର

ସୂଚନା ଅନୁସାରେ ଗ୍ରାମ ଦେଇ ଯାଇଥିବା ନାଳର କୂଳରେ ଥିବା ଏକ ବୁଦା ମୂଳରେ ଏହି ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇ ଚାଲି ଯାଇଥିଲେ । ସକାଳେ ଗ୍ରାମର ଲୋକେ ନାଳକୁ ନିତ୍ୟକର୍ମ ସାରିବାକୁ ଯାଇଥିବା ବେଳେ ଏହି ଶିଶୁଟିକୁ ପାଇଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ସେଠି ପହଞ୍ଚି ଥାନାକୁ ଖବର ଦେବା ସହ ନବଜାତକୁ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପିଲାଟିର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ଇଟିଭି ଭାରତ, ଯାଜପୁର

Last Updated : Jun 20, 2022, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.