ETV Bharat / state

ଯାଜପୁରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 280କୁ ବୃଦ୍ଧି - latest corona update

ଯାଜପୁର ଜିଲ୍ଲାରେ ସୋମବାର ପୁଣି 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ 5 ଜଣ ଦଶରଥପୁର ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଧର୍ମଶାଳା ବ୍ଲକରୁ 3 ଜଣ ଏବଂ କୋରେଇ ବ୍ଲକରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 280ରେ ପହଞ୍ଚିସାରିଛି ।

New 11 corona positive identified in jajpur
ଯାଜପୁରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 280 ପାର
author img

By

Published : Jun 1, 2020, 6:52 PM IST

Updated : Jun 1, 2020, 7:22 PM IST

ଯାଜପୁର: ଜିଲ୍ଲାରେ ସୋମବାର ପୁଣି 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ 5 ଜଣ ଦଶରଥପୁର ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଧର୍ମଶାଳା ବ୍ଲକରୁ 3 ଜଣ ଏବଂ କୋରେଇ ବ୍ଲକରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 280ରେ ପହଞ୍ଚିସାରିଛି ।

ଆକ୍ରାନ୍ତ 11 ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ତେବେ ଏମାନେ ସମସ୍ତେ କ୍ବାରେନଣ୍ଟାଇନରେ ଥିବା ଜଣାପଡିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ କ୍ବାରେନଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି ।

ସୂଚନାନୁସାରେ, ରବିବାର ଯାଜପୁର ଜିଲ୍ଲାରେ 10 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଜିଲ୍ଲାରେ ଏଯାବତ୍ 179 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆହୁରି 101ଟି ମାମଲା ଏବେ ବି ସକ୍ରିୟ ଥିବା ଜଣାପଡିଛି ।

ଯାଜପୁରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 280କୁ ବୃଦ୍ଧି

ସେପଟେ ବିଗତ 26 ଦିନ ମଧ୍ୟରେ ଟ୍ରେନ୍ ଏବଂ ବସ ଯୋଗେ ପ୍ରାୟ 15 ହଜାର 270 ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାପୂର୍ବରୁ ମଧ୍ୟ 10 ହଜାରରୁ ଊର୍ଦ୍ଧ ଲୋକ ନିଜସ୍ବ ବ୍ୟବସ୍ଥାରେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତା ବଢିଥିବା ବେଳେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ସେହିପରି ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ କିପରି ସତର୍କ ଓ ସଚେତନ ରହିବେ ପ୍ରଶାସନ ପକ୍ଷରୁ ତାହା ଉପରେ ଅଧିକ ଗୁରୁତ୍ବ ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jun 1, 2020, 7:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.