ETV Bharat / state

ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନ; ସ୍ବାଗତ ପାଇଁ ଗ୍ରାମବାସୀ ଉତ୍ସାହିତ

author img

By

Published : Nov 10, 2021, 10:16 PM IST

Updated : Nov 10, 2021, 10:48 PM IST

ଚାଟଶାଳୀ ଶିକ୍ଷକ କିଶୋର ନନ୍ଦ ପୃଷ୍ଟି ପଦ୍ମଶ୍ରୀରେ ହେଲେ ସମ୍ମାନୀତ । ଗାଁରେ ଖୁସିର ଲହରୀ । ତାଙ୍କ ପାଇଁ ସାରା ଦେଶ ଗର୍ବିତ କହିଲେ ପରିବାର । ଅଧିକ ପଢନ୍ତୁ...

ପଦ୍ମଶ୍ରୀରେ ସମ୍ମାନରେ ସମ୍ମାନୀତ ନନ୍ଦ ସାର; ସ୍ବାଗତ ପାଇଁ ଚାହିଁ ବସିଛନ୍ତି ଗ୍ରାମବାସୀ

ଯାଜପୁର: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି । ନନ୍ଦ ସାରଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗାଁରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ।

କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରିଥିଲେ। ତେବେ ସେ ମଙ୍ଗଳବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ତାଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି । ତେବେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରିବା ପାଇଁ ଯେତେବେଳେ ନାଁ ଘୋଷଣା କରାଯାଇଥିଲା । ସମଗ୍ର କନ୍ତିରା ଗାଁରେ ଲୋକେ ଟିଭି ସମ୍ମୁଖରେ ସେମାନଙ୍କର ପ୍ରିୟ ନନ୍ଦ କିଶୋରଙ୍କୁ ଦେଖି ଆତ୍ମବିଭୋର ହୋଇପଡିଥିଲେ ।

ସେପଟେ ଆସନ୍ତାକାଲି (ଗୁରୁବାର) ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଆଜିଠାରୁ ସମଗ୍ର ଅଞ୍ଚଳରେ ତାଙ୍କୁ ସ୍ବାଗତ କରିବାକୁ ଅନେଇ ବସିଥିବା ଗ୍ରାମବାସୀ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Last Updated : Nov 10, 2021, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.