ETV Bharat / state

ଜନ୍ମ କରି ଆଖି ବୁଜିଲା ମାଆ, ଛୁଆକୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ

author img

By

Published : Jun 15, 2021, 1:01 PM IST

ଯାଜପୁର ଜିଲ୍ଲା ଧର୍ମଶାଳାର ମାଆ ଛେଉଣ୍ଡ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ଅଧିକ ପଢନ୍ତୁ...

ଜନ୍ମକରି ଆଖି ବୁଜିଲା ମାଆ, ଛୁଆକୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ

ଯାଜପୁର: ମାଆ ଛେଉଣ୍ଡ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପ୍ରସବ ସମୟରେ ପ୍ରାଣ ହରାଇଥିବା ଜଣେ ପ୍ରସୂତି ମହିଳାଙ୍କ ଶିଶୁକୁ ଉଦ୍ଧାର କରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଲେମ୍ବୋ ଗ୍ରାମର ମାଝିଆ ହାସ୍ତାଙ୍କ ପତ୍ନୀଙ୍କ ଘରେ ପ୍ରସବ ହୋଇଥିଲା। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରାଣ ହରାଇଥିଲେ ।

ସୌଭାଗ୍ୟ ବଶତଃ ଶିଶୁ କନ୍ୟାଟି ସୁସ୍ଥ ଥିଲା କିନ୍ତୁ ଶିଶୁ କନ୍ୟାର ଲାଳନ ପାଳନ ପାଇଁ କେହି ନଥିବା ଦେଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚି ଉକ୍ତ ଶିଶୁ କନ୍ୟା ଶ୍ରାବଣୀକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ। ପରେ ଉତ୍କଳ ବାଳାଶ୍ରମରେ ଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଛି । ତେବେ ନବଜାତ ଶିଶୁ କନ୍ୟାର ସମସ୍ତ ପ୍ରକାର ଦାୟିତ୍ବ ସରକାର ବହନ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.