ETV Bharat / state

ଯାଜପୁରରୁ ପୁଣି 113 କୋରୋନା ଆକ୍ରାନ୍ତ ଚିହ୍ନଟ - more 113 corona case identify in jajpur

ଯାଜପୁର ଜିଲ୍ଲାରେ 113 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 100 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅଧିକ ପଢନ୍ତୁ...

more 113  corona case identify in jajpur
ଯାଜପୁରରେ ପୁଣି 113 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Oct 20, 2020, 3:51 PM IST

ଯାଜପୁର: ଯାଜପୁର ଜିଲ୍ଲାରେ 113 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 100 ଜଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 277ରେ ପହଞ୍ଚିଥିବା ବେଳେ ମୋଟ 9421 ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଯାଜପୁରରେ ପୁଣି 113 କୋରୋନା ଆକ୍ରାନ୍ତ ଚିହ୍ନଟ

ତେବେ ଅବଶିଷ୍ଟ 838 ଜଣ ଆକ୍ରାନ୍ତ ଆକ୍ଟିଭ୍ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 17 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ କୋଭିଡ୍ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଦୀର୍ଘ ସାଢେ 7ମାସ ଧରି ପ୍ରଶାସନ ପକ୍ଷରୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ମାସ୍କ ପିନ୍ଧିବା, ହାତରେ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.