ETV Bharat / state

ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ, ଜାରି ରହିଛି ଆମରଣ ଅନଶନ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ତଦନ୍ତ ଦାବିରେ ଗତ 5 ଦିନ ହେଲା ପଞ୍ଚାୟତ ଅଫିସ ପରିସରରେ ଚାଲିଛି ଆମରଣ ଅନଶନ। ତେବେ ଏନେଇ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାରୋକ କରିଥିବା ବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ତାହା ହଟିଥିଲା । ଅଧିକ ପଢନ୍ତୁ...

ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ, ଜାରି ରହିଛି ଆମରଣ ଅନଶନ
ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ, ଜାରି ରହିଛି ଆମରଣ ଅନଶନ
author img

By

Published : Jul 3, 2021, 10:23 AM IST

ଯାଜପୁର: ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ। ହେଲେ ଜାରି ରହିଛି 5ମ ଦିନରେ ଆମରଣ ଅନଶନ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ତଦନ୍ତ ଦାବିରେ ସମିତି ସଭ୍ୟ ଭୁବନାନନ୍ଦ ସାମଲଙ୍କ ନେତୃତ୍ବରେ ଗତ 5 ଦିନ ହେଲା ପଞ୍ଚାୟତ ଅଫିସ ପରିସରରେ ଚାଲିଛି ଆମରଣ ଅନଶନ । ତେବେ ଗତକାଲି(ଶୁକ୍ରବାର) ଏହି ଅନଶନକୁ ସମର୍ଥନ କରି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାରୋକ କରିଥିଲେ।

ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ, ଜାରି ରହିଛି ଆମରଣ ଅନଶନ

ପଞ୍ଚାୟତର ଲୋକଙ୍କୁ କାମ ନ ଦେଇ ମେସିନ ମାଧ୍ୟମରେ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଏବଂ ଉପଜିଲ୍ଲାପାଳ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ କେବଳ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଦୁର୍ନୀତିର ତଦନ୍ତ ହେବା ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଅନଶନ ବନ୍ଦ ହେବ ବୋଲି ସମିତିସଭ୍ୟ ଭୁବନାନନ୍ଦ ସାମଲ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.