ETV Bharat / state

ବ୍ୟାସନଗରରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ - ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବ୍ୟାସନଗର ପୌରାଞ୍ଚଳରେ ଆସି ବିଭିନ୍ନ ଉନ୍ନୟମ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଚାରିକୋଟି ଟଙ୍କା ବ୍ୟୟରେ ବ୍ୟାସଦେବ ଟାଉନହଲର ନୂତନ ବିଲ୍ଡିଂ କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ବ୍ୟାସନଗରରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

author img

By

Published : Aug 4, 2020, 5:57 PM IST

ଯାଜପୁର: ବ୍ୟାସନଗରରେ ବିଭିନ୍ନ ଉନ୍ନୟମନମୂଳକ କାର୍ଯ୍ୟର ସମୀକ୍ଷା କଲେ ଯାଜପୁର ବିଧାୟକ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଅନେକ କାର୍ଯ୍ୟର ନବୀକରଣ ଏବଂ ନୂତନ କାର୍ଯ୍ୟର ବ୍ଲୁ ପ୍ରିଣ୍ଟର ସମୀକ୍ଷା କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ବ୍ୟାସନଗରରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ମଙ୍ଗଳବାର ବ୍ୟାସନଗର ଗସ୍ତରେ ଯାଜପୁର ଜିଲ୍ଲାପାଳ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ, କୋରେଇ ବିଧାୟକ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଟାଉନହଲର ନୂତନ ବିଲ୍ଡିଂ ନିର୍ମାଣ, ବ୍ୟାସ ସରବର ପୀଠ ଏବଂ ଏହାର ମହୋତ୍ସବ ପଡ଼ିଆର ଉନ୍ନତି ସହ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ, ଷ୍ଟାଡିୟମର ନବୀକରଣ ଦିଗରେ ସରକାରଙ୍କ ଠାରୁ ଅର୍ଥ ଆଣି ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଇମ୍ଫା କମ୍ପାନୀ ସହାୟତାରେ ଚାରିକୋଟି ଟଙ୍କା ବ୍ୟୟରେ ବ୍ୟାସଦେବ ଟାଉନହଲର ନୂତନ ବିଲ୍ଡିଂ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ଏବଂ ଏହା ଦେଢବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ସବୁ କରାଯିବା ସହ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଉନ୍ନତି ମୂଳକ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ପ୍ରଣବ ପରାମର୍ଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.