ETV Bharat / state

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ନିର୍ବାଚନୀ ପ୍ରଚାର ମନା - ବିଂଝାରପୁର ବିଧାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍

ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ଅଭିଯୋଗ ଆସିବା ପରେ ବିଧାୟିକାଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ଏଥିସହ ଆସନ୍ତାକାଲି ସକାଳ ୧୦ଟାରୁ ପ୍ରମିଳା ପ୍ରଚାର କରି ପାରିବେ ନାହିଁ । ଅଧିକ ପଢନ୍ତୁ

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ନିର୍ବାଚନୀ ପ୍ରଚାର ମନା

author img

By

Published : Feb 13, 2022, 8:42 PM IST

Updated : Feb 13, 2022, 9:08 PM IST

ଯାଜପୁର: ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ଅଭିଯୋଗ ଆସିବା ପରେ ବିଧାୟିକାଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ଏଥିସହ ଆସନ୍ତାକାଲି ସକାଳ ୧୦ଟାରୁ ପ୍ରମିଳା ପ୍ରଚାର କରି ପାରିବେ ନାହିଁ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କୌଣଷି ସ୍ଥାନରେ ନିର୍ବାଚନୀ ପ୍ରଚାର କରି ପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ।

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ନିର୍ବାଚନୀ ପ୍ରଚାର ମନା
ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ନିର୍ବାଚନୀ ପ୍ରଚାର ମନା

ତେବେ ପ୍ରମିଳା ମଲ୍ଲିକ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ପ୍ରଭାବିତ କଲା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଧାୟିକା ଓ ବିଂଝାରପୁର ବିଡିଓଙ୍କୁ ନୋଟିସ ଦେଇଛନ୍ତି ।

ନିର୍ବାଚନ ଆଚରଣ ବିଧିର ଉଲଂଘନ ସମ୍ପର୍କରେ ବିଧାୟିକା ନିଜର ପକ୍ଷ ରଖିବେ । ଗତକାଲି ପ୍ରମିଳା ନିଜର ପ୍ରତିକ୍ରିୟା ଦେଇ ସେ କୌଣସି ଆଚରଣ ଵିଧିର ଉଲଂଘନ କରି ନାହାନ୍ତି ବୋଲି ସଫେଇ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 13, 2022, 9:08 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.