ETV Bharat / state

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ - ଯାଜପୁର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼

ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ, ୨ କର୍ମଚାରୀ ଆହତ । ଅଧିକ ପଢନ୍ତୁ...

miscreants attacks  petrolpump employee in jajpur
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ
author img

By

Published : Mar 1, 2021, 8:14 PM IST

ଯାଜପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ, 2 କର୍ମଚାରୀ ଆହତ । ଯାଜପୁର ଜିଲ୍ଲା ଛତିଆ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ

ସୂଚନାନୁଯାୟୀ ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମା କରିବାକୁ କାରରେ ଯାଉଥିବାବେଳେ ଛତିଆ ବିଟ ହାଉସ ନିକଟରେ 3 ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କାର ଉପରକୁ ଗୁଳି ମାଡ଼ କରିଥିଲେ । ଗୁଳି ମାଡ଼ରେ 2 ଜଣ କର୍ମଚାରୀ ଆହତ ହୋଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ବୃତ୍ତମାନେ ଟଙ୍କା ନେଇପାରିନାହାଁନ୍ତି । ଟଙ୍କା ବ୍ୟାଗ ଭାବି ଦୁର୍ବୃତ୍ତମାନେ କାଗଜପତ୍ର ଥିବା ବ୍ୟାଗକୁ ନେଇ ଫେରାର ହୋଇଯାଇଛନ୍ତି । କାରରେ ଗୁଳିମାଡ ହୋଇଥିବାବେଳେ ଦୁଇ ଜଣ ପେଟ୍ରୋଲ ପମ୍ପ କର୍ମଚାରୀ ଦୁବୃର୍ତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଯାଜୁପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.