ETV Bharat / state

ଧର୍ମଶାଳା ନାବାଳିକା ନିର୍ଯାତନା ଘଟଣା; ପୁଣି ତିନି ଜଣଙ୍କୁ ବାନ୍ଧିଲା ପୋଲିସ - ଧର୍ମଶାଳା ନାବାଳିକା ନିର୍ଯାତନା ଘଟଣା

ଆଉ ତିନି ଜଣଙ୍କ ହାତରେ ହାତକଡ଼ି ପକାଇଲା ପୋଲିସ । ହରିଚନ୍ଦନପୁର ନାବାଳିକା ନିର୍ଯ୍ୟାତନା ଘଟଣାରେ ଧର୍ମଶାଳା ପୁଲିସ ଜଣେ କନେଷ୍ଟବଳଙ୍କ ସମେତ ଆଉ ତିନିଜଣକୁ ଗିରଫ କରିଛି । ଆଗକୁ ପଢନ୍ତୁ...

minor-girl-tourture-case-3-arrest
minor-girl-tourture-case-3-arrest
author img

By

Published : Jan 24, 2020, 10:59 PM IST

ଯାଜପୁର: ଧର୍ମଶାଳା ବ୍ଲକ ହରିଚନ୍ଦନପୁର ଗାଁ ନାବାଳିକା ନିର୍ଯ୍ୟାତନା ଘଟଣାରେ ଧର୍ମଶାଳା ପୋଲିସ ଜଣେ କନେଷ୍ଟବଳଙ୍କ ସମେତ ଆଉ ତିନିଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମଶାଳା ଥାନାର କନେଷ୍ଟବଳ ସନ୍ତୋଷ ବାରିକ, ସୁକିନ୍ଦାର ପୁଷ୍ପାଜ୍ଞଳି ବେହୁରା, ନେଉଳପୁର ଗାଁର ମୋହନ ମହାନ୍ତି ଓ ଅନ୍ୟତମ ସହଯୋଗୀ ଅବଦୁଲ ରହମନ । ଏମାନଙ୍କୁ ଗିରଫ କରି ଆଜି ଯାଜପୁର କୋର୍ଟରେ ହାଜର କରାଇଛି ପୋଲିସ ।

ଧର୍ମଶାଳା ନାବାଳିକା ନିର୍ଯାତନା ଘଟଣା; ପୁଣି ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତ୍ୟନାରାୟଣ ସାମଲ ଓ ତାର ଦୁଇ ଭଉଣୀ ବନିତା, କବିତା, ଅନ୍ୟଜଣେ ଭାଇକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ସ୍କର୍ପିଓ ଗାଡିକୁ ଜବତ କରିଛି । ଏହି ଘଟଣାରେ କଂଗ୍ରେସ ନେତା ପ୍ରଦୀପ ମାଝି, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ପୀଡ଼ିତାର ଘରକୁ ଗସ୍ତକରି ଘଟଣା ସମ୍ପର୍କରେ ବୁଝିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।

ଘଟଣାକ୍ରମ ଅନୁଯାୟୀ ଧନେଶ୍ବର ମଳିକଙ୍କ ଝିଅକୁ ନେଉଳପୁର ଗାଁର ସତ୍ୟନାରାୟଣ ଓ ତାର ଭାଇ ଗତ ୧୪ ତାରିଖରେ ଅପହରଣ କରିବା ପରେ ବିଭିନ୍ନ ସ୍ଥାନରେ ରଖି ନିର୍ଯାତନା ଦେଇ ଗତ ୧୮ ତାରିଖରେ ବାରବାଟି ନିକଟରେ ଫୋପାଡି ଦେଇଥିଲେ । ଏନେଇ ଧନେଶ୍ବର ଗତ ୧୮ ତାରିଖରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଯୁବତୀଙ୍କ ବୟାନକୁ ଭିତ୍ତି କରି ପୁଲିସ ଏଯାବତ୍ ଏହି ଘଟଣାରେ ମୋଟ ୮ଜଣଙ୍କୁ ଗିରଫ କରିଛି । ଅନ୍ୟପଟରେ ଗିରଫ ସନ୍ତୋଷର ପତ୍ନୀ ଏହି ଘଟଣା ଜାଣିବା ପରେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

ଯାଜପୁରରୁ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ - ଯାଜପୁର
ତା - ୨୪/୦୧/୨୦୨୦
ସ୍ଲଗ୍ –ନାବାଳିକା ନିର୍ଯ୍ୟାତନା ଘଟଣାରେ ପୁଣି ୪ ଗିରଫ
ଫର୍ମାଟ-ଏଭିଓ
ରିପୋଟର –Gyanaranjan ojha
ଆଙ୍କର-
ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ହରିଚନ୍ଦନପୁର ଗାଁ ନାବାଳିକା ନିର୍ଯ୍ୟାତନା ଘଟଣାରେ ଧର୍ମଶାଳା ପୁଲିସ ଜଣେ କନେଷ୍ଟବଳଙ୍କ ସମେତ ଆଉ ତିନିଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମଶାଳା ଥାନାର କନେଷ୍ଟବଳ ସନ୍ତୋଷ ବାରିକ,ସୁକିନ୍ଦାର ପୁଷ୍ପାଜ୍ଞଳି ବେହୁରା, ନେଉଳପୁର ଗାଁର ମୋହନ ମହାନ୍ତି ଓ ଅନ୍ୟତମ ସହଯୋଗୀ ଅବଦୁଲ ରହମନକୁ ଗିରଫ କରି ଆଜି ଯାଜପୁର କୋଟରେ ହାଜର କରାଇଛି ।ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତ୍ୟନାରାୟଣ ସାମଲ ଓ ତାର ଦୁଇ ଭଉଣୀ ବନିତା, କବିତା, ଅନ୍ୟଜଣେ ଭାଇକୁ ପୁଲିସ ଗିରଫ କରି କୋଟ ଚାଲାଣ କରିବା ସହ ଏକ ସ୍କର୍ପିଓ ଗାଡିକୁ ଜବତ କରିଛି ।ଏହି ଘଟଣାରେ କଂଗ୍ରେସ ନେତା ପ୍ରଦୀପ ମାଝି, ବିଜେପିର ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ପିଡିତାର ଘରକୁ ଗସ୍ତକରି ଘଟଣା ସମ୍ପର୍କରେ ବୁଝିବା ପରେ ଏହାକୁ ନେଇ ରାଜନୀତି ଯୋର ଧରିଛି ।ଘଟଣାକ୍ରମ ଅନୁଯାୟୀ ଧନେଶ୍ୱର ମଳିକଙ୍କ ଝିଅକୁ ନେଉଳପୁର ଗାଁର ସତ୍ୟନାରାୟଣ ଓ ତାର ଭାଇ ଗତ ୧୪ ତାରିଖରେ ଅପହରଣ କରିବା ପରେ ବିଭିନ୍ନସ୍ଥାନରେ ରଖି ନିର୍ଯ୍ୟତନା ଦେଇ ଗତ ୧୮ ତାରିଖରେ ବାରବାଟି ନିକଟରେ ଫୋପାଡି ଦେଇଥିଲେ । ଏନେଇ ଧନେଶ୍ୱର ଗତ ୧୮ ତାରିଖରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଯୁବତୀଙ୍କ ବୟାନକୁ ଭକ୍ଟଚ୍ଛକ୍ଟ କରି ପୁଲିସ ଏଯାବତ୍ ଏହି ଘଟଣାରେ ମୋଟ ୮ଜଣଙ୍କୁ ଗିରଫ କରିଛି । ଅନ୍ୟପଟରେ ଗିରଫ ସନ୍ତୋଷର ପତ୍ନୀ ଏହି ଘଟଣା ଜାଣିବା ପରେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.