ETV Bharat / state

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ - ନାବାଳିକାକୁ ଦୁଷ୍କର୍ମ

ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁରରୁ କାମ ପାଇଁ ଭୁବନେଶ୍ବର ଆସିଥିବାବେଳେ ଆଦିବାସୀ ନାବାଳିକା ସରଳତାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା ।

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
author img

By

Published : Nov 4, 2020, 1:00 PM IST

ଯାଜପୁର: ପ୍ରତିଦିନ ଦୁଷ୍କର୍ମ ଅତ୍ୟାଚାର ଓ ନାରୀ ଅସଦାଚରଣ ଭଳି ଘଟଣା ସାମନାକୁ ଆସୁଛି । ପୁଣି ଜଣେ ନାବାଳିକାକୁ ବୃଦ୍ଧଙ୍କ ଦୁଷ୍କର୍ମ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ଆଦିବାସୀ ନାବାଳିକା ଦୁଷ୍କର୍ମ ପଛରେ ସତ କ'ଣ । କ'ଣ ପାଇଁ ବୃଦ୍ଧଙ୍କ ନାଁରେ ଅଭିଯୋଗ ଆଣିଲେ ନାବାଳିକାର ମା' । ବାଲିଚନ୍ଦ୍ରପୁରରୁ ଭୁବନେଶ୍ବର ଲମ୍ବିଛି ଚେର l ବିଶ୍ବାସ ନହେଲେ ବି ଏମିତି ଲୋମହର୍ଷଣକାରୀ ଅଭିଯୋଗ ହୋଇଛି ବାଲିଚନ୍ଦ୍ରପୁର ଥାନାରେ l

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଭୁବନେଶ୍ବରରେ ବସବାସ କରୁଥିବା ପ୍ରମୋଦ ପୃଷ୍ଟିଙ୍କ ଘରେ ୩୦୦୦ ଟଙ୍କା ବେତନରେ କାମଧନ୍ଦା କରିବାକୁ ଛାଡିଥିଲେ l ହେଲେ ଆଦିବାସୀ ନାବାଳିକା ସରଳତାର ସୁଯୋଗ ନେଇ ପ୍ରମୋଦଙ୍କ ଶ୍ବଶୁର ପ୍ରଫୁଲ୍ଲ ନାବାଳିକାକୁ ଧମକ ଚମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଦୁର୍ଗାପୂଜା ପାଇଁ ଝିଅ ଘରକୁ ଆସିବା ପରେ ଝିଅର ଅବସ୍ଥା ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ନେବା ପରେ ପୀଡିତା ଗର୍ଭବତୀ ହୋଇଥିବା ଜଣା ପଡ଼ିଥିଲା । ଏନେଇ ଗତକାଲି ପୀଡିତା ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ବାଲିଚନ୍ଦ୍ରପୁର ପୋଲିସ କେସ ନଂ ୩୦୬/୨୦ ଧାରା ୩୭୬,୩୧ଆର,୩୨ବି, ପୋକସୋ ଆଇନ୍ ୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆଜି ଯାଜପୁର ଡିଏସପି ଏସ ଟୁଡୁ ପୀଡ଼ିତାର ବୟାନ ରେକର୍ଡ କରି ପୀଡ଼ିତାକୁ ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.