ETV Bharat / state

ହଷ୍ଟେଲ ଯିବାକୁ ଅରାଜି, କିରୋସିନ ଢାଳି ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ - କିରୋସିନ ଢାଳି ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଦଶହରା ପରେ ଆଜି ଖୋଲୁଛି ସ୍କୁଲ । ପିତାମାତା ହଷ୍ଟେଲ ଛାଡ଼ିବାକୁ ପୁଅକୁ କହିବାରୁ ନାବାଳକ ଛାତ୍ର ଜଣକ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ହଷ୍ଟେଲ ଯିବାକୁ ଅରାଜି, କିରୋସିନ ଢାଳି ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Oct 11, 2022, 4:54 PM IST

ଯାଜପୁର: ପାଠ ପଢିଲେ ଭବିଷ୍ୟତରେ ବଡ଼ ମଣିଷ ହେବୁ । କୁନି ପିଲାଙ୍କ ମନରେ ଏଭଳି ଉଚ୍ଛ ଅଭିଳାଷା ଭରି ଦେଇ ପିତାମାତା ନିଜ ସନ୍ତାନକୁ ସ୍କୁଲକୁ ପଠାଇଥାନ୍ତି । ଆଜି ଦଶହରା ଛୁଟି ପରେ ସ୍କୁଲ ଖୋଲୁଥିବାରୁ ଏହି ଶିକ୍ଷା ଦେଇ ନିଜ ପିଲାକୁ ସ୍କୁଲ ଛାଡିଦେବାକୁ କହିଥିଲେ ପିତାମାତା । ମାତ୍ର କିଛି କାମ ପରେ ଘରକୁ ଫେରିବା ବେଳକୁ ନାବାଳକ ଛାତ୍ରଟି ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି (Minor boy attempts suicide in Jajpur) । ଜିଲ୍ଲାର ଟମକା ଥାନା ସମର ପିଟା ଗାଁରେ ଘଟିଛି ଏହି ଘଟଣା ।

କିରୋସିନ ଢାଳି ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

କିରୋସିନ ଢାଳି ନିଜ ଶରୀରରେ ନିଆଁ ଲଗାଇବା ପରେ ନାବାଳିକ ପରିବାର ଦାନଗଦି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାରୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳକ ଡାହାଣିଗଡ଼ିଆ ଗାଁର ଅରବିନ୍ଦ ଶିକ୍ଷାକେନ୍ଦ୍ର ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲା । ନାବାଳକ ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ସେ ହଷ୍ଟେଲ ଯିବାକୁ ଅମଙ୍ଗ ହୋଇଥିଲା । ମାତ୍ର ପିତାମାତା ବୁଝାଇବା ପରେ ସେ ରାଜି ମଧ୍ୟ ହୋଇଯାଇଥିଲା ।

ଏହା ବି ପଢନ୍ତୁ- ରାଜୁ ଚାମ୍ପିଆ ହତ୍ୟା ଘଟଣା, ଅଭିଯୁକ୍ତ ପତ୍ନୀକୁ ଗିରଫ କଲା ପୋଲିସ

୪ଟା ବେଳେ ଠାକୁରଙ୍କୁ ଦେଖି ପିତାମାତା ତାକୁ ସ୍କୁଲ ହଷ୍ଟେଲରେ ଛାଡ଼ି ଦେଇ ଆସିବାକୁ କହିଥିଲେ । ଏହାପରେ ନାବାଳକ ଛାତ୍ର (ସପ୍ତମ ଶ୍ରେଣୀ)ର ପିତା ନିଜ କାମରେ ବାହାରକୁ ଯାଇଥିଲେ । ମା' ମଧ୍ୟ ଘର ନିକଟରେ ଥିବା ପୋଖରୀକୁ ଲୁଗା ଧୋଇବାକୁ ଯାଇଥିଲେ । ଘରେ ପୁଅ ଏକା ଥିବାବେଳେ ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ମହିଳା ଜଣକ ଘରକୁ ଫେରିବା ବେଳେ ପୁଅକୁ ଜଳୁଥିବା ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ତାଙ୍କ ପଡିଶା ଲୋକଙ୍କୁ ଡ଼ାକ ପକାଇଥିଲେ ।

ଏହାପରେ ଆହତ ଅବସ୍ଥାରେ ନାବାଳକ ଛାତ୍ରକୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ SCBକୁ ସ୍ଥାନାନ୍ତର କରିଛନ୍ତି । ଆହତ ନାବାଳକଙ୍କ ମା'ଙ୍କ କହିବାନୁସାରେ, "ସ୍କୁଲ ଖୋଲୁଥିବାରୁ ତାକୁ ହଷ୍ଟେଲରେ ଛାଡ଼ିବାକୁ କହିଥିଲୁ । ୪ଟା ବେଳେ ଠାକୁରାଣୀଙ୍କୁ ଦେଖି ହଷ୍ଟେଲ ଯିବାକୁ ସେ ରାଜି ମଧ୍ୟ ହୋଇଥିଲା । ହେଲେ ଆମେ ଘରକୁ ଫେରିବା ବେଳକୁ ସେ ଦେହରେ ନିଆଁ ଲଗାଇ ଦେଇଛି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.