ଯାଜପୁର: ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ଜିଲ୍ଲାରେ ନିଯୁକ୍ତି ଦେବାକୁ ଦାବି । ସ୍ଥାୟୀ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଯାଜପୁର ରସୁଲପୁର ବ୍ଳକ ପ୍ରଥମାଖଣ୍ଡି ପଞ୍ଚାୟତର ଦାଦନ ଶ୍ରମିକ ।
୨୦୦୬ ମସିହାରେ ତାମିଲନାଡ଼ୁର ସୋଲୁମ ଜିଲ୍ଲାରେ ଏକ ଘରୋଇ ସୁତାମିଲରେ ପ୍ରଥମାଖଣ୍ଡି ଅଞ୍ଚଳର ୧୩ ଜଣ ଯୁବକ କାର୍ଯ୍ୟ କରୁଥିଲେ । ସୁତା ମିଲର ମାଲିକ ସେମାନଙ୍କୁ ବିନା ଦରମା ସହ ନିର୍ଯାତନା ଦେଇ କାମ କରାଉଥିବା ବେଳେ ସେଠାକାର ଲେବର କମିସନର ଆଶ୍ରୟ ନେଇଥିଲେ ଯୁବକ ମାନେ । ଖବରପାଇ ସେମାନଙ୍କୁ ସେଠାରୁ ଉଦ୍ଧାରକରି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫେରାଇ ଅଣାଯାଇ ଜିଲ୍ଲାରେ କାମ ଦେବାକୁ ପ୍ରତିଶୃତି ଦିଆଯାଇଥିଲା ।
ହେଲେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ କାମ ମିଳୁ ନଥିବାରୁ ସେମାନେ ପରିବାର ଚଳାଇବାକୁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଜିଲ୍ଲାରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନରେ ସେମାନଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ