ETV Bharat / state

ସ୍ବତନ୍ତ୍ର ଟ୍ରେନରେ ଯାଜପୁର ଫେରିଲେ ପ୍ରବାସୀ ଶ୍ରମିକ - jajpur news

ଲକଡାଉନ ପାଇଁ ରାଜ୍ୟ ବାହାରେ ଫସିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଯୋଗେ ଯାଜପୁରରେ ପହଞ୍ଚିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

migrant labour are returning to Odisha by covid special train
ସ୍ବତନ୍ତ୍ର ଟ୍ରେନରେ ଫେରୁଛନ୍ତି ପ୍ରବାସୀ
author img

By

Published : May 31, 2020, 1:18 PM IST

Updated : May 31, 2020, 1:24 PM IST

ଯାଜପୁର: ଆଉ ଏକ କୋଭିଡ୍ ସ୍ପେଶାଲ ଟ୍ରେନ୍ ଯାଜପୁର ରୋଡ ରେଳଷ୍ଟେସନରେ ପହଞ୍ଚିଛି। ଯେଉଁଥିରେ ଯାଜପୁର ଜିଲ୍ଲାର 30ଜଣ ପ୍ରବାସୀ ପଣ୍ଡିଚେରୀରୁ ଆସିଛନ୍ତି। ସେହିପରି ଗତକାଲି (ଶନିବାର) ନିର୍ଗୁଣ୍ଡି ଏବଂ ବାଲେଶ୍ବର ରେଳଷ୍ଟେସନରେ ମଧ୍ୟ ଯାଜପୁର ଜିଲ୍ଲାର 3ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଓହ୍ଲାଇଥିଲେ । ସେମାନେ ସୁରଟରୁ ଫେରିଥିବା ଜଣାପଡିଛି । ପ୍ରବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ଯୋଗେ ନିଜ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି।

ସ୍ବତନ୍ତ୍ର ଟ୍ରେନରେ ଯାଜପୁର ଫେରିଲେ ପ୍ରବାସୀ ଶ୍ରମିକ

ପ୍ରକାଶ ଥାଉକି, ଗତ 28ତାରିଖରେ ତିନୋଟି କୋଭିଡ୍ ସ୍ପେଶାଲ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଜପୁର ରୋଡ ରେଳଷ୍ଟେସନରେ ପହଞ୍ଚିଥିଲା। ଯେଉଁଥିରେ ସୁରଟ ଏବଂ ଚେନ୍ନାଇରୁ 455ଜଣ ପ୍ରବାସୀ ଫେରିଥିଲେ । ସେମନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର 178ଜଣ ପ୍ରବାସୀ ଆସିଥିବା ବେଳେ ଅବଶିଷ୍ଟ 277ଜଣ କେନ୍ଦ୍ରାପଡା, ଦେବଗଡ, କଟକ, ଭଦ୍ରକ, ବାଲେଶ୍ବର, ବରଗଡ, ମୟୂରଭଞ୍ଜ ଓ ଢେଙ୍କାନାଳ ଆଦି 8ଟି ଜିଲ୍ଲାର ପ୍ରବାସୀ ରହିଥିଲେ।

ସେହିପରି ଗତ ମେ 14ତାରିଖ ଠାରୁ ବିଗତ 17ଦିନ ମଧ୍ୟରେ ବିଭିନ୍ନ ରାଜ୍ୟରୁ ପ୍ରାୟ 15ଟି ସ୍ବତନ୍ତ୍ର ଟ୍ରେନରେ ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ 4ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ସ୍ଥାନୀୟ ପୌର ପ୍ରଶାସନ ଏବଂ ରେଳବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସଚେତନତା ଗ୍ରହଣ କରାଯାଇଛି। ରେଳଷ୍ଟେସନରେ ସେମାନଙ୍କ ଥର୍ମାଲ ସ୍କାନିଂ ଓ ଷ୍ଟାମ୍ପିଂ କରାଯାଇ ବସ୍ ଯୋଗେ ନିଜ ନିଜ ଜିଲ୍ଲା ତଥା ନିଜ ଅଞ୍ଚଳର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 31, 2020, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.