ETV Bharat / state

ଯାଜପୁରରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ-ଉତ୍ପାଦିକରଣ ଭିତ୍ତିପ୍ରସ୍ତର ସ୍ଥାପିତ

author img

By

Published : Jun 24, 2021, 8:51 PM IST

ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ଉତ୍ପାଦିକରଣ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁରରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ-ଉତ୍ପାଦିକରଣ ଭିତ୍ତିପ୍ରସ୍ତର ସ୍ଥାପିତ
ଯାଜପୁରରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ-ଉତ୍ପାଦିକରଣ ଭିତ୍ତିପ୍ରସ୍ତର ସ୍ଥାପିତ

ଯାଜପୁର: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ଉତ୍ପାଦିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ପ୍ରକଳ୍ପ ହେବା ପରେ ଯାଜପୁର ମେଡ଼ିକାଲର ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ଵରେ ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ଜ୍ଞାନ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ, ବିଧାୟିକା ଏବଂ ସାଂସଦ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.