ଯାଜପୁର: କୋରୋନା ସଂକ୍ରମଣ ରୋକିବା ପାଇଁ ପୋଲିସର ପଦକ୍ଷେପ । ପାଣିକୋଇଲି ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଛକରେ ମାକ୍ସ ଓ ହେଲମେଟ ଚେକିଂକୁ ଜୋରଦାର କରାଯାଉଛି । ୩୦ରୁ ଅଧିକ ଗାଡି ଜବତ ହୋଇଥିବା ବେଳେ ୬୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରତ୍ୟକ ଥାନା ଅଞ୍ଚଳରେ ମାକ୍ସ ଓ ହେଲମେଟ ଚେକିଂକୁ କଡାକଡି କରାଯାଉଛି ।
ପାଣିକୋଇଲି ଓଭରବ୍ରିଜ ନିକଟରେ ପାଣିକୋଇଲି ପୋଲିସ ପକ୍ଷରୁ ଚେକିଂ ଜାରି ରହିଛି । ବିଭିନ୍ନ ଲୋକଙ୍କୁ ଚଢ଼ାଉ କରି ୩୦ଟି ଗାଡି ସମେତ ୬ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ପାଣିକୋଇଲିର ଥାନା ଅଧିକାରୀ କହିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ