ETV Bharat / state

ଫୋନରେ ମହିଳାଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର, ଥାନାରେ ଏତଲା - ମହିଳା ଅଙ୍ଗନବାଡି କର୍ମୀ

ଯାଜପୁରରେ ମହିଳା ଅଙ୍ଗନବାଡି କର୍ମୀଙ୍କୁ ଫୋନ ଯୋଗେ ଯୁବକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ । ଥାନାରେ ଏତଲା ଦେଲେ ମହିଳା । ଅଧିକ ପଢନ୍ତୁ...

ଫୋନ ଯୋଗେ ମହିଳାଙ୍କୁ ଯୁବକଙ୍କ ଅଶ୍ଳୀଳ ବ୍ୟବହାର, ଥାନାରେ ଏତାଲ ଦାଏର

author img

By

Published : Sep 10, 2021, 5:33 PM IST

ଯାଜପୁର: ଜିଲ୍ଲାର ଜଣେ ମହିଳା ଅଙ୍ଗନବାଡି କର୍ମୀଙ୍କୁ ଫୋନ ଯୋଗେ ସେହି ଗାଁର ଜଣେ ଯୁବକ ଅଶାଳୀନ ବ୍ୟବହାର କରିଛନ୍ତି । ମହିଳା ଜଣକ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ପରେ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ଫୋନ ଯୋଗେ ମହିଳାଙ୍କୁ ଯୁବକଙ୍କ ଅଶ୍ଳୀଳ ବ୍ୟବହାର, ଥାନାରେ ଏତାଲ ଦାଏର

ମହିଳାଙ୍କ ଅଭିଯୋଗ କ୍ରମେ ସ୍ବାମୀଙ୍କର ମୃତ୍ୟୁ ପରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରି ସେ ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ ସେ ଅଙ୍ଗନବାଡ଼ି କର୍ମୀ ହୋଇଥିବାରୁ ଗାଁର ଅନେକ ଲୋକଙ୍କ ନିକଟରେ ତାଙ୍କର ଫୋନ ନମ୍ବର ଅଛି। ଏହାର ସୁଯୋଗ ନେଇ ସେହି ଗାଁର ଜୈନିକ ଯୁବକ ତାଙ୍କ ସହିତ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ତେବେ ଫୋନ ଯୋଗେ ଅଙ୍ଗନବାଡିର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା ମଧ୍ୟ କରନ୍ତି। ତେବେ କିଛିଦିନ କଥା ହେବା ପରେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଫୋନ ଯୋଗେ ଅଭିଯୁକ୍ତ ଯୁବକ ନିବେଦନ କରିଥିଲେ।

ତେବେ ଏଥିରେ ମହିଳା ଜଣକ ରାଜି ନ ହେବାରୁ ଅଭିଯୁକ୍ତ ତାଙ୍କୁ ନାନା ଧମକଚମକ ଦେବା ସହିତ ଅଙ୍ଗନବାଡ଼ି କାର୍ଯ୍ୟରୁ ବହାର କରି ଦେବା ପାଇଁ ମଧ୍ୟ ଧମକ ଦେଉଥିଲେ । ତେବେ ଏ ସମ୍ପର୍କରେ ଆଜି(ଶୁକ୍ରବାର) କୋରେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା କର୍ମୀ । ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ମହିଳା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.