ETV Bharat / state

କନେଷ୍ଟବଳଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ! ଥାନାର ଦ୍ବାରସ୍ଥ ପତ୍ନୀ - ପୋଲିସ ମାଡରେ ଆଦିବାସୀ ଯୁବକ ମୃତ

ପୋଲିସ କର୍ମଚାରୀଙ୍କ ମାଡରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ । ଅଧିକ ପଢନ୍ତୁ

ପୋଲିସ କର୍ମଚାରୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Mar 22, 2022, 12:44 PM IST

ଯାଜପୁର: ପୋଲିସ କର୍ମଚାରୀଙ୍କ ମାଡରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି ଗ୍ରାମର ସୁକୁରା ମୁଣ୍ଡା ପୋଲିସ ମାଡରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । କଟକ ଓଏସପିରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ବାପି ସିଂଙ୍କ ବିରୋଧରେ ଏହି ହତ୍ୟା ଅଭିଯୋଗ କରାଯାଇଛି ।

ପୋଲିସ କର୍ମଚାରୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅଭିଯୋଗ ଅନୁଯାୟୀ, ସୁକୁରା ମୁଣ୍ଡାଙ୍କ ପୁତୁରା ଚଗୁଲୁ ମୁଣ୍ଡା କନେଷ୍ଟବଳ ବାପି ସିଂଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । ବାପି ଦରମା ଦେବାରେ ଅବହେଳା କରିବାରୁ ଚୁଗୁଲୁ ଟ୍ରାକ୍ଟର ଚଳାଇବାକୁ ମନା କରିଦେଇଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ବାପି ସିଂ ସେଠାରେ ଉପସ୍ଥିତ ଥିବା ସୁକୁରାଙ୍କ ଛାତି ଓ ମୁଣ୍ଡକୁ କାଠ ବେଣ୍ଟ ଏବଂ ବାଡିରେ ପିଟିଥିଲେ । ଗୁରୁତର ଅବସ୍ଥାରେ ସୁକୁରାଙ୍କୁ ପ୍ରଥମେ ଯାଜପୁର ମେଡ଼ିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ପରେ ତାଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଥିଲା ।

ଏ ସମ୍ପର୍କରେ ମୃତକଙ୍କ ପରିବାର ଲୋକ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.