ଯାଜପୁର: ଜିଲ୍ଲାର ବୈରୀ ଥାନା ଅଧିନସ୍ଥ ବୈରୀ ହାଇସ୍କୁଲ ପଛପଟ ଜଙ୍ଗଲରୁ ମୁର୍ମୁଷୁ ଅବସ୍ଥାରେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ଉଦ୍ଧାର। ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେବା ସହ ବଡଚଣା ମେଡିକାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରିଥିଲେ।
ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ କନ୍ଧମାଳ ଅଞ୍ଚଳର ମଦନମୋହନ କହଁର ବୋଲି ତାଙ୍କ ଠାରୁ ମିଳିଥିବା ପରିଚୟ ପତ୍ରରୁ ଜଣାପଡିଛି। ସେ ଅଧିକାର ଫାଇନାନ୍ସ ଛତିଆ ଶାଖାରେ କ୍ୟାସ୍ କଲେକସନ୍ କାର୍ଯ୍ୟରେ ନିୟୋଜିତ ଥିଲେ।
ଫାଇନାନ୍ସ କମ୍ପାନୀର ଅଧିକାରୀ ପହଞ୍ଚି ତାଙ୍କୁ ଚିହ୍ନଟ କରିଛନ୍ତି। କେହି ଦୁର୍ବୃତ୍ତ ଖାଦ୍ୟ କିମ୍ବା ପାନୀୟରେ ତାଙ୍କୁ ନିଶା ଦେଇ ତାଙ୍କ ପାଖରୁ ଟଙ୍କା ଲୁଟିନେଇଥିବା ଫାଇନାନ୍ସ କମ୍ପାନୀ ଶାଖା ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ