ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡକୁ 18 ବର୍ଷ, ଟାଟା କମ୍ପାନୀ ଓ ସରକାର ବିରୋଧୀ ନାରାରେ କମ୍ପିଲା ଚମ୍ପାକୋଇଲ - Kalinga Nagar firing Day

Kalinga Nagar firing: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ 18 ବର୍ଷ ପୂରିଥିବାବେଳେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହୋଇଛି ସହିଦ ସ୍ମୃତି ଦିବସ । ସ୍ମୃତିସ୍ତମ୍ଭ ମାୟାମଲିଙ୍ଗରେ ପାରମ୍ପରିକ ପୂଜାର୍ଚ୍ଚନା କଲେ ଆଦିବାସୀ । ଅଧିକ ପଢ଼ନ୍ତୁ...

କଳିଙ୍ଗନଗର ଗୁଳିକାଣ୍ଡକୁ 18 ବର୍ଷ
କଳିଙ୍ଗନଗର ଗୁଳିକାଣ୍ଡକୁ 18 ବର୍ଷ
author img

By ETV Bharat Odisha Team

Published : Jan 2, 2024, 6:37 PM IST

କଳିଙ୍ଗନଗର ଗୁଳିକାଣ୍ଡକୁ 18 ବର୍ଷ

ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଛି 18 ବର୍ଷ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ଗତ 2006 ଜାନୁଆରୀ 2 ତାରିଖରେ ଘଟିଥିଲା ଗୁଳିକାଣ୍ଡ । ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ 14 ଜଣ ଆଦିବାସୀ । ଏହି ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପ୍ରତିବର୍ଷ ଏହି ଦିନ ପାଳିତ ହେଉଛି ସହିଦ ସ୍ମୃତି ଦିବସ । ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ସ୍ମୃତିସ୍ତମ୍ଭ ମାୟାମଲିଙ୍ଗରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସମାଧୀସ୍ଥଳ ଆମ୍ଭଗଡିଆର ବୀରଭୂମିରେ ପହଞ୍ଚିବା ପରେ ସେଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

2006 ଜାନୁଆରୀ 2ରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଘଟିଥିଲା ଗୁଳିକାଣ୍ଡ । ସେହିଦିନକୁ ମନେ ରଖିବା ପାଇଁ ଆଜି ଆଦିବାସୀମାନେ ପାଳିଛନ୍ତି ସହିଦ ସ୍ମୃତି ଦିବସ । ପ୍ରତିବର୍ଷ ଭଳି ଆଜି ଆଦିବାସୀ ମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ସ୍ମୃତିସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ସମାଧୀସ୍ଥଳ ବୀରଭୂମି ଅଭିମୁଖେ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ । କମ୍ପାନୀ ଓ ସରକାର ବିରୋଧୀ ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ସେପଟେ 18 ବର୍ଷ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିବାସୀ ଓ ମୃତକଙ୍କ ପରିବାର । ଏହା ସହିତ ଗୁଳିକାଣ୍ଡ ଦିନରୁ ମୃତକମାନଙ୍କ କଟା ଯାଇଥିବା ହାତ ପାପୁଲିର ଡିଏନ୍‌ଏ ଟେଷ୍ଟ କରା ଯାଇନଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ବର୍ଗଙ୍କୁ ଫେରାଇ ପାରିନାହାନ୍ତି ସରକାର । ଏଥିପାଇଁ ଆଜି ବି କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ ପରିବାର ସଦସ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...କଳିଙ୍ଗ ନଗର ଗୁଳିକାଣ୍ଡ, ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଶୋଭାଯାତ୍ରା ସମାଧୀସ୍ଥଳ ବୀରଭୂମିରେ ପହଞ୍ଚିବା ପରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କୁ ଲାଲ ସଲାମ ଜଣାଇଥିଲେ ଆଦିବାସୀ । ଏହି ଶୋଭାଯାତ୍ରା ଓ ସମାବେଶରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ଆଦିବାସୀ ସଂଗଠନ ସାମିଲ ହୋଇ ଦୀର୍ଘ 18 ବର୍ଷ ତଳର ସଂଘର୍ଷକୁ ମନେ ପକାଇଥିଲେ । ଟାଟା କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଆଗକୁ ସଂଘର୍ଷ ହେବା ନେଇ ଚେତାବନୀ ଦେଇଛି ବିସ୍ଥାପନ ବିରୋଧୀ ମଞ୍ଚ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କଳିଙ୍ଗନଗର ଅତିରିକ୍ତ ଏସ୍‌ପିଙ୍କ ସମେତ ଜଣେ ଡିଏସ୍‌ପି, ୪ ଥାନା ଅଧିକାରୀ, ୧୦ ଅଫିସର ଓ 11 ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.