ETV Bharat / state

Panchayat Polls: ମଇଦାନରେ ପ୍ରାର୍ଥୀ, ସିଂହାସନ ପାଇଁ ଚାଲିଛି ଟଣାଓଟରା - ଲକ୍ଷ୍ମୀନଗର ପଞ୍ଚାୟତ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତରେ ପ୍ରାର୍ଥୀମାନେ ଚଳାଇଛନ୍ତି ନିର୍ବାଚନୀ ପ୍ରଚାର । ଏହି ପଞ୍ଚାୟତରେ ରହିଛି ଡାକ୍ତରଖାନା, ସ୍କୁଲ ଓ ପାର୍କ ଅନେକ ସରକାରୀ ସଂସ୍ଥା ଓ ପ୍ରକଳ୍ପ । ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ଗମନାଗମନ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ଅଧୁରା ରହିଛି । ଅଧିକ ପଢନ୍ତୁ

vElection Poll: ସିଂହାସନ ପାଇଁ ଟଣାଓଟରା
Election Poll: ସିଂହାସନ ପାଇଁ ଟଣାଓଟରା
author img

By

Published : Jan 30, 2022, 6:51 AM IST

ଯାଜପୁର: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଭିନ୍ନ ପଞ୍ଚାୟତର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି । ଏହା ପରଠୁ ରାଜନୈତିକ ପାଣିପାଗରେ ଉଷ୍ଣତା ଦେଖିବାକୁ ମିଳିଛି । ଏବେ ହେଉଛି ପ୍ରାର୍ଥୀ ମାନଙ୍କ ଭାଗ୍ୟପରୀକ୍ଷାର ବେଳ । ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ସେପଟେ କର୍ମୀମାନେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆପଣାଇବାର ଚେଷ୍ଟା ଚଳାଇଛନ୍ତି । ଭଲ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହିଥିବା ବେଳେ ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ।

Election Poll: ସିଂହାସନ ପାଇଁ ଟଣାଓଟରା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତରେ ପ୍ରାର୍ଥୀମାନେ ଚଳାଇଛନ୍ତି ନିର୍ବାଚନୀ ପ୍ରଚାର । ଏହି ପଞ୍ଚାୟତରେ ରହିଛି ଡାକ୍ତରଖାନା, ସ୍କୁଲ ଓ ପାର୍କ ଅନେକ ସରକାରୀ ସଂସ୍ଥା ଓ ପ୍ରକଳ୍ପ । ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ଗମନାଗମନ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ଅଧୁରା ରହିଛି । ଆଗାମୀ ନିର୍ବାଚନ ପାଇଁ ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦ ଅଣସଂରକ୍ଷିତ ପୁରୁଷ ଥିବା ବେଳେ ଗତଥର ସରପଞ୍ଚ ଓ ସମିତିସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ପ୍ରଞ୍ଚାୟତ ପ୍ରତିନିଧିରେ ଦେଖନ୍ତୁ ସେହି ଲକ୍ଷ୍ମୀନଗର ପଞ୍ଚାୟତର ରାଜନୀତି ହାଲଚାଲ ।

ଯାଜପୁର ରସୁଲପୁର ବ୍ଲକର ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ । ଯାହାକି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଏହି ପଞ୍ଚାୟତର ରହିଛି 17ଗୋଟି ୱାର୍ଡ ଏବଂ ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ 7 ହଜାରରୁ ଊର୍ଦ୍ଧ୍ବ ଥିବା ବେଳେ ଏଠାରେ 4998 ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏହି ପଞ୍ଚାୟତରେ ଲକ୍ଷ୍ମୀନଗର, ରାଧାନଗର, କୃଷ୍ଣନଗର, କୃଷ୍ଣନଗର ପଟଣା, ବାଲିଆପଶି, ଭିକିପୁର ଓ ତରାପୁର ଆଦି 7ଟି ରାଜସ୍ବ ଗ୍ରାମ ଅନ୍ତର୍ଭୁକ୍ତ ଅଛି ।

ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ମାନଙ୍କୁ ଦଳୀୟ ସମର୍ଥନ ଦିଆଯାଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରତିଯୋଗିତା । ପାର୍କ, ଡାକ୍ତରଖାନା, ସ୍କୁଲ ଓ ଆଦର୍ଶ ପୋଖରୀ ଭଳି ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇଛି ସତ ଏବେ ବି ଏହି ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ବିଭିନ୍ନ ଗାଁରେ ପାନୀୟ ଜଳ ମଧ୍ୟ ଆଉ ଏକ ବଡ ସମସ୍ୟା ମୁଣ୍ଡ ଟେକିଛି ।

କିଛି ରାସ୍ତା ମରାମତି ହୋଇନପାରିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ପଞ୍ଚାୟତର ବିଭିନ୍ନ ଦାୟିତ୍ବ ବା କାର୍ଯ୍ୟ ତୁଲାଇବାକୁ ପଞ୍ଚାୟତର ସରପଞ୍ଚ ପଛଘୁଞ୍ଚା ଦେଇନଥିବା କହିଛନ୍ତି । ଏଥର ଏଠାରେ ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦ ଅଣସଂରକ୍ଷିତ ପୁରୁଷଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ପୁରୁଷ ପ୍ରାର୍ଥୀ ମାନେ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି ।

ଲକ୍ଷ୍ମୀନଗର ପଞ୍ଚାୟତର ଆରାଧ୍ୟଦେବୀ ହେଉଛନ୍ତି ତରାପୁର ହିଙ୍ଗୁଳା ଦେବୀ । ଏ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସହିତ ସୁନ୍ଦର ଗ୍ରାମୀଣ ପରିବେଶ ଦେଖିବାକୁ ମିଳେ । ଏ ଅଞ୍ଚଳର ଅଧିକାଂଶ ଲୋକ ହେଉଛନ୍ତି ଚାଷୀ । ତେବେ ଚାଷକାମ ପାଇଁ ଏଠାରେ ଜଳସେଚନର ସୁବନ୍ଦବୋସ୍ତ କରିବାକୁ ଆପତ୍ତି ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ । କିଛି ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଲୋକଙ୍କ ଭିତରେ ଦେଖିବାକୁ ମିଳିଥିଲା ପ୍ରତିକ୍ରିୟା ।

ପଞ୍ଚାୟତର ପ୍ରାୟ ପ୍ରତ୍ୟେକ ଗାଁରେ ରହିଛି ଛୋଟବଡ ପୁଷ୍କରିଣୀ । ତେବେ ପୁଷ୍କରିଣୀ ଗୁଡିକର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ତେବେ ପାରମ୍ପରିକ ବ୍ୟବସ୍ଥା ସହିତ ବିକାଶଧାରାକୁ ଧରି ରଖିପାରିଛି ଏହି ପଞ୍ଚାୟତ । ମାତ୍ର ଏହି ପଞ୍ଚାୟତର ଅର୍ଦ୍ଧାଧିକ ଲୋକ କୃଷିଜୀବୀ ହୋଇଥିବା ବେଳେ ଜଳସେଚନର ସମସ୍ୟା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି । ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ନିଜର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଭୋଟର ମାନଙ୍କୁ ହାତେଇବାରେ ପ୍ରାଣପଣେ ଲାଗିପଡିଛନ୍ତି । ଏବେ କେବଳ ଭଲ ପ୍ରାର୍ଥୀଙ୍କ ଅନ୍ବେଷଣରେ ଲାଗିପଡିଛନ୍ତି ଦଳୀୟ କର୍ମକର୍ତ୍ତା, ଯୁବକର୍ମୀ ଓ ପୁରୁଖା କର୍ମୀ । ଯୋଗ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହିଥିବା ବେଳେ ନିର୍ବାଚନ ଫଳାଫଳ ହିଁ ସରପଞ୍ଚ ଓ ସମିତିସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.