ETV Bharat / state

ଜମିବାଡି ଗଣ୍ଡଗୋଳ ଘଟଣା: ନ୍ୟାୟ ପାଇଁ SPଙ୍କ ଦ୍ବାରସ୍ଥ ହେଲେ ପରିବାର

ଯାଜପୁରରେ ଜମିବାଡ଼ି ଗଣ୍ଡଗୋଳ ଘଟଣାକୁ ନେଇ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ଅଧିକ ପଢନ୍ତୁ...

ଜମିବାଡି ଗଣ୍ଡଗୋଳ ଘଟଣା: ନ୍ୟାୟ ପାଇଁ SPଙ୍କ ଦ୍ବାରସ୍ଥ ହେଲେ ପରିବାର
ଜମିବାଡି ଗଣ୍ଡଗୋଳ ଘଟଣା: ନ୍ୟାୟ ପାଇଁ SPଙ୍କ ଦ୍ବାରସ୍ଥ ହେଲେ ପରିବାର
author img

By

Published : Jun 21, 2021, 4:28 PM IST

ଯାଜପୁର: ଜିଲ୍ଲାର ବିଞ୍ଝାରପୁର ଥାନା ଜରି ଗ୍ରାମରେ ଜମିବାଡିକୁ ନେଇ ଗଣ୍ଡଗୋଳ ହୋଇଛି । ଏଥିଲାଗି ପରିବାର ବର୍ଗ ନ୍ୟାୟ ପାଇଁ SPଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ରାହୁଲ ପିଆର କହିଛନ୍ତି ।

ଜମିବାଡି ଗଣ୍ଡଗୋଳ ଘଟଣା: ନ୍ୟାୟ ପାଇଁ SPଙ୍କ ଦ୍ବାରସ୍ଥ ହେଲେ ପରିବାର

ଗାଁରେ ବନିତା ଓ ଗୋବିନ୍ଦ ମଳିକ ଏକତ୍ର ପଡ଼ୋଶୀ ଭାବରେ ରୁହନ୍ତି । ଦୀର୍ଘଦିନ ବନିତାଙ୍କ ପରିବାର ଲୋକେ ନିଜ ଘରୁ ବାହାରକୁ ଯିବାକୁ ରାସ୍ତା ନଥିବାରୁ ଗୋବିନ୍ଦଙ୍କ ପରିବାର ସହିତ ଆପୋଷ ବୁଝାସୁଝା କରି ତାଙ୍କ ରାସ୍ତାରେ ଯିବା ଆସିବା କରୁଥିଲେ। ମାତ୍ର କିଛି ଦିନ ହେବ ଗୋବିନ୍ଦଙ୍କ ପରିବାର ପକ୍ଷରୁ ସେ ରାସ୍ତାରେ ନଯିବାକୁ ବନିତାଙ୍କ ପରିବାରକୁ ମନା କରିଥିଲେ। ବନିତାଙ୍କର ଯିବା ଆସିବାକୁ ବାଟ ନଥିବାରୁ ବାରଣ ପରେ ମଧ୍ୟ ସେହି ବାଟ ଦେଇ ସେମାନେ ଯାତାୟାତ କରୁଥିଲେ । ଯାହାକୁ ବାରମ୍ବାର ଗୋବିନ୍ଦଙ୍କ ପରିବାର ଲୋକେ ବିରୋଧ କରିବା ସତ୍ତ୍ବେ ବନିତାଙ୍କ ପରିବାର ଲୋକେ ମାନି ନଥିଲେ।

ଯାହାଫଳରେ ଏହି ଘଟଣା ଧୀରେ ଧୀରେ ବଢିବାକୁ ଲାଗିଲା। ରବିବାର ଅପରାହ୍ନରେ ବନିତାଙ୍କ ପରିବାର ଲୋକେ ସେ ବାଟ ଦେଇଗଲେ । ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଲାଗିବା ସହିତ ଭୀଷଣ ମାଡ଼ଗୋଳ ହୋଇଥିଲେ । ଯାହାଫଳରେ ଗୋବିନ୍ଦଙ୍କ ପରିବାର ସଦସ୍ୟ ଠେଙ୍ଗା ବାଡ଼ି ମାଡରେ ବନିତାଙ୍କ ପରିବାର ପକ୍ଷରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ଏନେଇ ବନିତାଙ୍କ ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହେଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି ବନିତା ।

ସେପଟେ ନ୍ୟାୟ ଦାବିରେ ସୋମବାର ବନିତାଙ୍କ ପରିବାର ଲୋକେ ପାଣିକୋଇଲିସ୍ଥିତ SPଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି ରାହୁଲ ପିଆର କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.