ଯାଜପୁର: କୋରେଇ ବିଜେଡି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଯାଜପୁର ରୋଡ ବ୍ୟାସଦେବ ଟାଉନହୋଲ ପରିସରରେ କୋରେଇ ବିଜୁ ଜନତା ଦଳ ପକ୍ଷରୁ ମହିଳା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଇଛି ।
କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । କୋରେଇ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ମହିଳା ଏହି ସଭାରେ ଯୋଗ ଦେଇଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ