ଯାଜପୁର: ପ୍ରତିବର୍ଷ ଭାଦ୍ରବ ମାସରେ ରବିବାର ଦିନ ପାଞ୍ଚ ପାଳି ଧରି ପାଳନ ହୋଇଥାଏ ଖୁଦୁରୁକୁଣୀ ଓଷା । କୁଆଁରୀ ଝିଅମାନେ ନିଜ ଭାଇ ମାନଙ୍କର ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି । ଦିନସାରା ଉପବାସ ରହି ସନ୍ଧ୍ୟା ସମୟରେ ଖୁଦୁରୁକୁଣୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏହି ପଞ୍ଚପାଳି ହେଉଥିବା ଓଷାର (ରବିବାର) ତୃତୀୟ ପାଳି ଥିଲା ।
ତୃତୀୟ ପାଳିରେ ଯାଜପୁର କୋରେଇ ବ୍ଲକର ବିଭିନ୍ନ ସ୍ଥାନରେ ମା ଖୁଦୁରୁକୁଣୀଙ୍କୁ କୁଆଁରୀ ଝିଅମାନେ ଭୋଗ,ଦୀପ ଓ ନୈବିଦ୍ୟ ଦେଇ ନିରାଡ଼ମ୍ବର ସହିତ ମାଙ୍କ ପୂଜା ଶେଷ କରିଛନ୍ତି । ତେବେ ଜିଲ୍ଲାର କୋରୋନା ପ୍ରଭାବ ଯୋଗୁଁ କୌଣସି ଗାଁ କି ସହରର ଘର ବାହାରେ ଖୁଦୁରୁକୁଣୀଙ୍କ ପୂଜା ଦେଖିବାକୁ ମିଳିନଥିଲା । ସମସ୍ତେ ଝିଅ ନିଜନିଜ ଘରେ ମାଙ୍କ ପୂଜାର୍ଚ୍ଚନା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ