ETV Bharat / state

ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ଆକ୍ରମଣ, ୩ ଗିରଫ

କସପା ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ଆକ୍ରମଣ । ଥାନାରେ ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Dec 17, 2022, 9:51 AM IST

sarpanch attacked by youth
sarpanch attacked by youth
sarpanch attacked by youth

ଯାଜପୁର: ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତଙ୍କ ଆକ୍ରମଣ । ବେଲ୍ଟରେ ପିଟିପିଟି ଲହୁଲୁହାଣ କଲେ ଯୁବକ । ମନ ଇଚ୍ଛା ଯେତେ ପାରିଲେ ସେତେ ପିଟି ଚାଲିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟି ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କସପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ । ପଞ୍ଚାୟତର ରାମବାଗ ଛକ ନିକଟରେ ପୂର୍ବତ୍ତନ ସରପଞ୍ଚଙ୍କୁ ପ୍ରଥମେ ବେଲ୍ଟରେ ମାଡ ମରାଯିବା ପରେ ପରେ ୮ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ତିନି ଜଣ ହେଉଛନ୍ତି ମଙ୍ଗଳପୁର ଥାନା ଅଞ୍ଚଳର ଦେବଦତ୍ତ ଦାସ, ସନ୍ତୋଷ କୁମାର ମହାନ୍ତି ଓ ମାନସ ମହାନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଲକ୍ଷ୍ମୀଧର ସାହୁଙ୍କୁ ଜଣେ ଯୁବକ ପ୍ରଥମେ ବେଲ୍ଟରେ ମାଡ ମାରୁଛନ୍ତି । ଏଥି ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ପୁଣି ଯୁବକ ଜଣଙ୍କ ବେଲ୍ଟରେ ଲକ୍ଷ୍ମୀଧରଙ୍କୁ ମାଡ ମାରୁଛନ୍ତି । କିଛି ସମୟ ପରେ ଆଉ ଜଣେ ଯୁବକ ଆସି ମାଡ ମାରୁଛନ୍ତି । ଲକ୍ଷ୍ମୀଧର ତଳେ ପଡିଯିବାପରେ ବହୁ ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଶେଷରେ ସ୍ଥାନୀୟ ଲୋକ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରିବା ଭିଡିଓରେ ଦେଖିବାକୁ ମିଳିଛି'' ।

ଏହା ମଧ୍ୟ ପଢନ୍ତୁ-ଉଚ୍ଚଶିକ୍ଷା ବିଭାଗ ଅସଲ ଚିତ୍ର, ଡିଗ୍ରୀ କଲେଜରେ ନାହିଁ କମ୍ପ୍ୟୁଟର ଲ୍ୟାବ

ମଙ୍ଗଳପୁର ଥାନା ଅଞ୍ଚଳର ଦେବଦତ୍ତ ଦାସ, ସନ୍ତୋଷ କୁମାର ମହାନ୍ତି ଓ ମାନସ ମହାନ୍ତିଙ୍କ ସମେତ ୮ ଜଣ ଲକ୍ଷ୍ମୀଧରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଆହତ ହେବାରୁ ଲକ୍ଷ୍ମୀଧର ସାହୁଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି l ଏପଟେ ଏହି ଘଟଣାକୁ ନେଇ ଏତଲା ପରେ ଯାଜପୁର ପୋଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୂର୍ବ ପଞ୍ଚାୟତ ନିର୍ବାଚନର ରାଜନୈତିକ ଶତ୍ରୁତା ଯୋଗୁଁ ଏପରି ଘଟଣା ଘଟିଥିବା କୁହାଯାଉଛି । ସେପଟେ ଘଟଣାର ତଦନ୍ତ ଚାଲୁଥିବାରୁ ପୋଲିସ କୌଣସି ସୂଚନା ଦେବାକୁ ମନା କରିଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.