ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡ ଘଟଣା; ସ୍ମୃତି ସମାବେଶ ଲାଗି ଚାଲିଛି ପ୍ରସ୍ତୁତି

author img

By

Published : Dec 31, 2019, 11:47 PM IST

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିବାକୁ ଯାଉଛି 14 ବର୍ଷ । ଏନେଇ ପ୍ରତିବର୍ଷ ପରି ଏଥର ମଧ୍ୟ ପାଳନ ହେବାକୁ ଯାଉଛି ସ୍ମୃତି ସମାବେଶ । ଯେଉଁଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

kalinganagar
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା; ସ୍ମୃତି ସମାବେଶ ଲାଗି ଚାଲିଛି ପ୍ରସ୍ତୁତି

ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିବାକୁ ଯାଉଛି 14 ବର୍ଷ । ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରି 2006 ମସିହା ଜାନୁଆରୀ 2 ତାରିଖରେ ପୋଲିସ-ଆଦିବାସୀ ସଂଘର୍ଷ ଘଟି 13 ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିବାରଙ୍କ ମନରେ ଏବେବି ସେହି ସ୍ମୃତି ତାଜା ହୋଇରହିଛି । ତେବେ ସେହି ଅଭୁଲା ଦିନକୁ ପ୍ରତିବର୍ଷ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଜନମଞ୍ଚ ପକ୍ଷରୁ ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଇନଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

କଳିଙ୍ଗନଗର ଗୁଳିକାଣ୍ଡ ଘଟଣା; ସ୍ମୃତି ସମାବେଶ ଲାଗି ଚାଲିଛି ପ୍ରସ୍ତୁତି

ବର୍ଷ ପରେ ବର୍ଷ ବିତୁଛି, ହେଲେ ଆଜି ବି ମୃତକଙ୍କ ପରିବାର ମନରେ ତାଜା ହୋଇ ରହିଛି ସେହି ଦିନର ଅଭୁଲା ସ୍ମୃତି । 2006 ମସିହା ଜାନୁଆରୀ 2 ତାରିଖ। ଗୋଟିଏ ଦିନରେ ପୋଲିସ ଗୁଳିରେ ପ୍ରାଣ ହାରିଥିଲେ 13 ଜଣ ଆଦିବାସୀ । କଳିଙ୍ଗନଗର ଟାଟା କମ୍ପାନୀର ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରିଥିବାବେଳେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ତୁମୁଳ ସଂଘର୍ଷ । ଯେଉଁଥିରେ ଯାଇଥିଲା 13 ଜଣ ଆଦିବାସୀଙ୍କ ପ୍ରାଣ । ସେବେଠୁ ମୃତକମାନଙ୍କୁ ଶହୀଦ ଭାବେ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜନମଞ୍ଚ ପାଳୁଛି ସ୍ମୃତି ସମାବେଶ । ଏଥିପାଇଁ ଜନମଞ୍ଚ ପକ୍ଷରୁ ଗଣଶବଦାହ ସ୍ଥଳୀ ବୀରଭୂମି ପଡିଆରେ ଚାଲିଛି ସମସ୍ତ ପ୍ରସ୍ତୁତି ।

ଗୁଳିକାଣ୍ଡ ଘଟଣାକୁ ଦେଶ ଠୁ ବିଦେଶ ଯାଏଁ ଉଠିଥିଲା ପ୍ରତିବାଦର ସ୍ବର । ଏହାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ଇତିମଧ୍ୟରେ ସେହି ରିପୋର୍ଟ ମଧ୍ୟ ଦାଖଲ ସରିଛି । ହେଲେ ଏହି ରିପୋର୍ଟ ଆଦିବାସୀଙ୍କୁ ଖୁସି କରିପାରିନାହିଁ । ସେହିପରି ଗୁଳିକାଣ୍ଡ ପରେ ମୃତକଙ୍କ କଟାଯାଇଥିବା ହାତ ପାପୁଲିକୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇନାହିଁ । ଯାହାର କ୍ଷୋଭ ଆଜି ବି ରହିଛି ସେହି ଆଦିବାସୀଙ୍କ ମନରେ । ଯଦିଓ ପରିସ୍ଥିତିର ଚାପରେ ଆଦିବାସୀଙ୍କ ଆନ୍ଦୋଳନ ଚାପି ହୋଇଯାଇଛି ତଥାପି ମନରେ ରହିଛି ଅନେକ ଦୁଃଖ । ସେପଟେ ଶହୀଦ ସମାବେଶ ପାଇଁ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ହୋଇଛି ବ୍ୟାପକ ବନ୍ଦୋବସ୍ତ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Kalinganagar_gulikanda
format-pkg(spl)
reporter-Gyanaranjan ojha
place-jajpur
date-31.12.2019
Anchor---ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି 14 ବର୍ଷ । ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରି 2006 ମସିହା ଜାନୁଆରୀ 2 ତାରିଖରେ ପୋଲିସ-ଆଦିବାସୀ ସଂଘର୍ଷ ଘଟି 14 ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ପରିବାରଙ୍କ ମନରେ ଏବେବି ସେହି ସ୍ମୃତି ତାଜା ହୋଇରହିଛି । ତେବେ ସେହି ଅଭୁଲା ଦିନକୁ ପ୍ରତିବର୍ଷ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଜନମଞ୍ଚ ପକ୍ଷରୁ ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଇନଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।Body:vo-01--ଚାହୁଁ ଚାହୁଁ ବିତିଲାଣି 14 ବର୍ଷ । ବର୍ଷ ପରେ ବର୍ଷ ବିତୁଛି, ହେଲେ ଆଜି ବି ମୃତକଙ୍କ ପରିବାର ମନରେ ତାଜା ହୋଇ ରହିଛି ସେହି ଦିନର ଅଭୁଲା ସ୍ମୃତି । 2006 ଜାନୁଆରୀ 2! ଗୋଟିଏ ଦିନରେ ପୋଲିସ ଗୁଳିରେ ପ୍ରାଣ ହାରିଥିଲେ 14 ଜଣ ଆଦିବାସୀ । କଳିଙ୍ଗନଗର ଟାଟା କମ୍ପାନୀର ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରିଥିଲେ ବିସ୍ଥାପନ ବିରୋଧି ଆଦିବାସୀ । ଯାହା ନେଇ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ତୁମୂଳ ସଂଘର୍ଷ । ପରିବାରର ସବୁ ସଦସ୍ୟଙ୍କୁ ନିଯୁକ୍ତି ଓ ଥଇଥାନ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକ ପରିବାର । ମୃତକ ମାନଙ୍କୁ ସହିଦ୍ ଭାବେ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜନମଞ୍ଚ ପାଳୁଛି ସ୍ମୃତି ସମାବେଶ । ଏଥିପାଇଁ ଜନମଞ୍ଚ ପକ୍ଷରୁ ଗଣଶବଦାହ ସ୍ଥଳୀ ବୀରଭୂମି ପଡିଆରେ ଚାଲିଛି ସମସ୍ତ ପ୍ରସ୍ତୁତି । ସେଦିନ ସକାଳୁ ଦିରି ଦୁଲସୁନୁମ୍, ହୟରାଚାମ, ଜାତିସାପା ପରେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ରୁ ବୀରଭୂମି ଅଭିମୁଖେ ବାହାରିବ ଶୋଭାଯାତ୍ରା । ଆଉ ସେଠାରେ ଅନୁଷ୍ଠିତ ହେବ ସହିଦ୍ ସ୍ମୃତି ସଭା ।
bite-01--ସ୍ବର୍ଣ୍ଣଲତା ବାନାରା, ଗୁଳିକାଣ୍ଡ ମୃତକଙ୍କ ସମ୍ପର୍କୀୟ
bite-02--ଚକ୍ରଧର ଆଳଡା, ଆଦିବାସୀ ନେତା
vo-02--ଗୁଳିକାଣ୍ଡ ଘଟଣାକୁ ଦେଶ ଠୁଁ ବିଦେଶ ଯାଏଁ ଉଠିଥିଲା ପ୍ରତିବାଦର ସ୍ବର । ଏହାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ ସରକାର । ଇତିମଧ୍ୟରେ ସେହି ରିପୋର୍ଟ ମଧ୍ୟ ଦାଖଲ ସରିଛି । ହେଲେ ଏହି ରିପୋର୍ଟ ଆଦିବାସୀଙ୍କୁ ଖୁସି କରିପାରିନାହିଁ । ସେହିପରି ଗୁଳିକାଣ୍ଡ ପରେ ମୃତକଙ୍କ କଟାଯାଇଥିବା ହାତ ପାପୁଲିକୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇନାହିଁ । ଯାହାର କ୍ଷୋଭ ଆଜି ବି ରହିଛି ସେହି ଆଦିବାସୀଙ୍କ ମନରେ । ଯଦିଓ ପରିସ୍ଥିତିର ଚାପରେ ଆଦିବାସୀଙ୍କ ଆନ୍ଦୋଳନ ଚାପି ହୋଇଯାଇଛି ତଥାପି ମନରେ ରହିଛି ଅନେକ ଦୁଃଖ । ସେପଟେ ସହୀଦ ସମାବେଶ ପାଇଁ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ହୋଇଛି ବ୍ୟାପକ ବନ୍ଦୋବସ୍ତ ।
bite-02--ରବିନ୍ଦ୍ର ଜାରିକା, ସମ୍ପାଦକ, ବିସ୍ଥାପନ ବିରୋଧି ଜନମଞ୍ଚ
bite-04--ରାଜକିଶୋର ଦୋରା, ଅତିରିକ୍ତ ଏସପି,କଳିଙ୍ଗନଗର
Conclusion:fvo--ସେଦିନ ଯେଉଁ ଟାଟା କାରଖାନା ପାଇଁ ଗୁଳିକାଣ୍ଡ ଘଟିଥିଲା ତାହା ଏବେ ଉତ୍ପାଦନକ୍ଷମ ହୋଇ ଦ୍ବିତୀୟ ସଂପ୍ରସାରଣ ପାଇଁ ନିକଟରେ ଜନଶୁଣାଳୀ ସରିଛି । ହେଲେ ଜନମଞ୍ଚ ସେହି ଗୁଳିକାଣ୍ଡ ଦିନକୁ ମନେ ରଖିବାକୁ ପ୍ରତିବର୍ଷ ପାଳୁଛି ସ୍ମୃତି ଦିବସ ।
PTC………………………………………………………..
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.