ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ କାଳିଆପାଣି ଟାଟା ଖଣି ଶ୍ରମିକଙ୍କ ଆନ୍ଦୋଳନ - Tata mining workers protest

ଯାଜପୁର କାଳିଆପାଣି ଟାଟା କ୍ରୋମାଇଟ୍ ଖଣିରେ ଶ୍ରମିକ ଅସନ୍ତୋଷ । ୩ ଦଫା ଦାବିରେ ‘‘କାଳିଆପାଣି କ୍ରୋମାଇଟି ରିଜିଅନ ଖାଦାନ ମଜଦୁର ୟୁନିଅନ’’ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ କାଳିଆପାଣି ଟାଟା ଖଣି ଶ୍ରମିକଙ୍କ ଆନ୍ଦୋଳନ

author img

By

Published : Oct 25, 2021, 4:18 PM IST

ଯାଜପୁର: ଯାଜପୁର କାଳିଆପାଣି ଟାଟା କ୍ରୋମାଇଟ୍ ଖଣିରେ ଶ୍ରମିକ ଅସନ୍ତୋଷ । ୩ ଦଫା ଦାବିରେ ‘‘କାଳିଆପାଣି କ୍ରୋମାଇଟି ରିଜିଅନ ଖାଦାନ ମଜଦୁର ୟୁନିଅନ’’ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଲା ଓ ରାଜ୍ୟ ବାହାର ଶ୍ରମିକଙ୍କୁ ନିଯୁକ୍ତି ବନ୍ଦ କରିବା ଏବଂ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛି ୟୁନିଅନ ।

ସ୍ଥାୟୀ ନିଯୁକ୍ତି ଦାବିରେ କାଳିଆପାଣି ଟାଟା ଖଣି ଶ୍ରମିକଙ୍କ ଆନ୍ଦୋଳନ

ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉନି, ଓଲଟି ମେସିନ ସାହାଯ୍ୟରେ କାମ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ୟୁନିଅନ ସହିତ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ ପାଳନ କରୁନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପ୍ରଭାତ କୁମାର ପ୍ରଧାନଙ୍କ ନେତୃତ୍ତ୍ବରେ ଆଜିଠାରୁ ଧାରଣାରେ ବସିଛନ୍ତି ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ଏବଂ ଛଟେଇ ହୋଇଥିବା କର୍ମଚାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.