ଯାଜପୁର: କୋରେଇ ଥାନା ଖମିଗାଁ ଗାଁରେ ସ୍ୱାମୀର ଦ୍ୱିତୀୟ ବିବାହ ନେଇ ମହିଳାଙ୍କର ଥାନାରେ ଏତଲା । ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଅଭିଯୋଗ ମୁତାବକ ଗତ ୪ ବର୍ଷ ତଳେ ଖମିଗାଁର ରବିନ୍ଦ୍ର ଜେନାଙ୍କୁ ପୁଷ୍ପାଞ୍ଜଳି ଜେନା ବିବାହ କରିଥିଲେ । ତେବେ ବିବାହର ୪ ବର୍ଷ ପରେ ସ୍ୱାମୀ ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ପୁଷ୍ପାଞ୍ଜଳିଙ୍କୁ ଯୌତୁକ ପାଇଁ ନାନା ହଇରାଣ ହରକତ କରିବା ସହିତ ସ୍ୱାମୀ ରବିନ୍ଦ୍ର ଦ୍ଵିତୀୟ ବିବାହ କରିଛନ୍ତି ।
ତେବେ ଏହାକୁ ସହଜରେ ସ୍ବୀକାର କରିପାରିନାହାନ୍ତି ପୁଷ୍ପାଞ୍ଜଳି । ତେଣୁ ସେ କୋରେଇ ଥାନାରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଏତଲା ଦେଇଥିବା କହିଛନ୍ତି । ସେପଟେ ଏତଲା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ