ETV Bharat / state

ଜଳବନ୍ଦୀ ଜୀବନ ବିତାଉଛନ୍ତି ବ୍ୟାସନଗରବାସୀ, ଡ୍ରେନ୍‌ ରାସ୍ତା ଏକାକାର - ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା

ବ୍ୟାସନଗରରେ ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା, ବର୍ଷା ପରେ ଏକାକାର ହେଉଛି ଡ୍ରେନ ଓ ରାସ୍ତା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଜଳବନ୍ଦୀରେ ଜର୍ଜରିତ ବ୍ୟାସନଗରବାସୀ, ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା

author img

By

Published : Sep 16, 2022, 5:42 PM IST

ଯାଜପୁର: ଜଳବନ୍ଦୀରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଅଧିବାସୀ । ଡ୍ରେନେଜ ବ୍ୟବସ୍ଥା (Worst drainage system in Vyasanagar) ନଥିବାରୁ ସାମାନ୍ୟ ବର୍ଷାରେ ବେହାଲ ହେଉଛି ବ୍ୟାସନଗରର ବିଭିନ୍ନ ଓ୍ବାର୍ଡବାସୀ । ବ୍ୟାସନଗର ୨୫ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡିଥିବାରୁ ଅବସ୍ଥା ବେହାଲ ହୋଇପଡିଛି ପ୍ରବଳ ବର୍ଷା ହେବା ଯୋଗୁଁ ଡ୍ରେନ୍‌ ରାସ୍ତା ଏକାକାର ହୋଇଯାଇଛି । ଘର ବାହାରେ ପାଣି ଜମି ରହିବା ସହ ଘର ଭିତରକୁ ମଧ୍ୟ ପ୍ରବେଶ କରୁଛି । ସହରାଞ୍ଚଳକୁ ସରସ ସୁନ୍ଦର କରିବାକୁ ରାଜ୍ୟ ସରକାର କରୁଥିବା ଯୋଜନା କେତେ ସଫଳ ତାହା ବ୍ୟାସନଗରକୁ ଦେଖିଲେ ବେଶ ବାରି ହୋଇପଡୁଛି ।

ଜଳବନ୍ଦୀରେ ଜର୍ଜରିତ ବ୍ୟାସନଗରବାସୀ, ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା

ଏହା ମଧ୍ୟ ପଢନ୍ତୁ-ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍, ଭାଇରାଲ ଅଡିଓକୁ ନେଇ କଲେ କଟାକ୍ଷ

ଏପରି ଅସୁବିଧା ନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନେଜ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।ବର୍ଷେ କି ଦୁଇ ବର୍ଷ ନୁହେଁ, ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି ସହରବାସୀ । ଇସ୍ପାତ ସହର ମାନ୍ୟତା ପାଇଥିବା କଳିଙ୍ଗନଗରର ମୁଖଶାଳା ହେଉଛି ବ୍ୟାସନଗର ସହର ।

କିନ୍ତୁ ଏଠାରେ ଏମିତି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟାସନଗରବାସୀ । ଯଦି ଖୁବ ଶୀଘ୍ର ସହରର ଡ୍ରେନେଜ ବ୍ୟବସ୍ଥା କରାନଯାଏ ଆଗାମୀ ଦିନରେ ଗଣ ଆନ୍ଦୋଳନ କରିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ ବାସିନ୍ଦା ପାଣ୍ଡବ ଚରଣ ସାହୁ କହିଛନ୍ତି ଯେ, ''ଘର ଆଗରେ ପାଣି ଜମିବାରୁ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି, ପିଲାଙ୍କୁ ସ୍କୁଲ ନେବାରେ ବାଧା ଉପୁଜୁଛି, ଆମ୍ବୁଲାନ୍ସ ଡାକିଲେ ମଧ୍ୟ ପହଞ୍ଚି ପାରୁନାହିଁ, ତେଣୁ ଡ୍ରେନେଜ ସୁବିଧା କଲେ ସବୁ ଅସୁବିଧା ଦୂର ହୋଇ ପାରନ୍ତା ବୋଲି କହିଛନ୍ତି ପାଣ୍ଡବ ଚରଣ ।''

ଏନେଇ ସ୍ଥାନୀୟ ବାସିନ୍ଦା ସତ୍ୟଭାମା ସାମନ୍ତରାୟ କହିଛନ୍ତି ଯେ, ''୧୦ରୁ ୨୦ ବର୍ଷ ହେଲା ଆମେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛୁ, ସରକାରୀ ଅଧିକାରୀ ଆସୁଛନ୍ତି ଦେଖିକି ଚାଲି ଯାଉଛନ୍ତି, ଛୋଟ ନଳା ଥିବାରୁ ପାଣି ପାସ କରୁନି, ଯାତାୟତ ସମୟରେ ବାଧା ଉପୁଜୁଛି, ସରକାର ଯଦି ଏଠାରେ ଦୃଷ୍ଟି ଦିଅନ୍ତେ ତେବେ ଏହି ଅସୁବିଧା ଦୂର ହୋଇ ପାରନ୍ତା ।''

ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି ଯେ, ''ସହରରେ ଡ୍ରେନେଜ ସମସ୍ୟା ବଡ଼ ଜଟିଳ ଅଛି ଏବଂ ତାହାର ଅନୁଧ୍ୟାନ ଚାଲିଛି ଖୁବ ଶୀଘ୍ର ଡ୍ରେନେଜ ସମସ୍ୟାର ସମାଧାନ ହୋଇଯିବ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.