ଯାଜପୁର: ଟୁଟୁନ ମଲିକ ହତ୍ୟାକାଣ୍ଡ ମାମଲା ଥମିବାର ନାମ ନେଉନାହିଁ । ଯାଜପୁର ଟାଉନ ଥାନା ଭେଲଙ୍ଗ ଗାଁ ଟୁଟୁନ ମଲିକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ମଧ୍ୟ ବିବାଦ ଥମିବାର ନାଁ ନେଉନାହିଁ ।
ସୂଚନା ଅନୁଯାୟୀ, ଗତ ଶନିବାର ଏହି ଘଟଣାକୁ ନେଇ କିଛି ଅସାମାଜିକ ଯୁବକ ଗାଁରେ ପହଞ୍ଚି ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ । ଏହାର ପ୍ରତିବାଦ କରି ଗ୍ରାମବାସୀ ଧାରଣାରେ ବସିଥିଲେ । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ମଧ୍ୟ ଗ୍ରାମବାସୀ ଦାବି କରିଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ