ETV Bharat / state

ଚୁଡ଼ା ପୋତିବା ଘଟଣାକୁ ନେଇ ବିଜେପିର ଆନ୍ଦୋଳନ ଧମକ - ଯାଜପୁର ଚୁଡ଼ା ପୋତିବା ଘଟଣା

ବରୀ ବ୍ଲକରେ ଚୁଡ଼ା ଫୋପାଡ଼ିବା ଘଟଣାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହାକୁ ନେଇ ବିଜେପି ଆନ୍ଦୋଳନ କରିବାକୁ ଧମକ ଦେଇଛି। ଅଧିକ ପଢ଼ନ୍ତୁ...

ଚୁଡ଼ା ପୋତିବା ଘଟଣାକୁ ନେଇ ବିଜେପି ଆନ୍ଦୋଳନ ଧମକ

author img

By

Published : Mar 30, 2021, 10:59 PM IST

ଯାଜପୁର: ବରୀ ବ୍ଲକରେ ଚୁଡ଼ା ଫୋପାଡ଼ିବା ଘଟଣାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲାର ସର୍ବାଧିକ ବନ୍ୟା ପ୍ରପୀଡ଼ିତ ବରୀ ବ୍ଲକରେ ଗତକାଲି(ସୋମବାର) ଶହଶହ କ୍ବିଣ୍ଟାଲ ଚୁଡ଼ା ଓ ଗୁଡ଼ ଫୋପାଡ଼ିବା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ବନ୍ୟା ସମୟରେ ଭୋକରେ ଆଉଟୁପାଉଟୁ ହେଉଥିବା ବରୀବାସୀଙ୍କ ପାଇଁ ଆସିଥିବା ଚୁଡ଼ାକୁ ପୋତି ଦିଆଯିବା ଘଟଣା ମନରେ ଅନେକ ସନ୍ଦେହ ସୃଷ୍ଟି କିରୁଛି ବୋଲି କହିଛି ବିଜେପି। ବରୀ ବିଡ଼ିଓଙ୍କ ନିର୍ଦେଶ କ୍ରମେ ଏହି ଚୁଡ଼ା ପୋତି ଯାଇଥିଲା। ଏହାକୁ ନେଇ ବିଜେପି ଆନ୍ଦୋଳନ କରିବାକୁ ଧମକ ଦେଇଛି।

ଚୁଡ଼ା ପୋତିବା ଘଟଣାକୁ ନେଇ ବିଜେପି ଆନ୍ଦୋଳନ ଧମକ

ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଲାଣି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ନେତା ବିଶ୍ବ ରଞ୍ଜନ ମଲ୍ଲିକ କହିଛନ୍ତି ଯେ, ଯଦି ଆଗାମୀ ଦିନରେ ପ୍ରଶାସନ ନଷ୍ଟ କରିଥିବା ଚୁଡ଼ା ଉପରେ ଉତ୍ତର ନରଖେ ତେବେ ବିଜେପି ପକ୍ଷରୁ ଗଣ ଆନ୍ଦୋଳନ କରାଯିବ। ଖାଲି ସେତିକି ନୁହେଁ ବନ୍ୟା ସମୟରେ ଲୋକଙ୍କ ପାଖରେ ଶୁଖିଲା ଚୁଡ଼ା ଗୁଡ଼ ପହଞ୍ଚି ପାରିନଥିଲା। ତେବେ ବର୍ତ୍ତମାନ ଏହି ଚୁଡ଼ା ସବୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛି ବିଜେପି।

ସେ ସମୟରେ କାହିଁକି ଲୋକଙ୍କୁ ଚୁଡ଼ା ଦିଆଯିବାକୁ ମନା କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏହାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରିବାକୁ ଦାବି ହୋଇଛି। ଏଭଳି ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ବିଜେପି ନେତା ବିଶ୍ଵ ରଞ୍ଜନ ମଳିକ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.