ETV Bharat / state

ଚର୍ଚ୍ଚାରେ ଯାଜପୁର ଏସପିଙ୍କ ମାନବିକତା, ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ

author img

By

Published : Nov 9, 2019, 2:47 PM IST

ପୁଅ ବୋହୂଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇଥିବା ଏକ ଅସହାୟ ବୃଦ୍ଧ ଦମ୍ପତିକୁ ସାହା ହେଲେ ଯାଜପୁର ଏସ୍ ପି. ଚରଣ ସିଂ ମୀନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ପୁଅ ବୋହୂଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇଥିବା ଅସହାୟ ବୃଦ୍ଧ ଦମ୍ପତିକୁ ସାହା ହେଲେ ଯାଜପୁର ଏସ୍ ପି. । ଥାନାରୁ ନ୍ୟାୟ ନ ପାଇ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ଏହି ଦମ୍ପତି । ଭରସା କରି ଆସିଥିବା ବୃଦ୍ଧ ଦମ୍ପତିଙ୍କୁ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଏସ୍ ପି ଚରଣ ସିଂ ମୀନା ନ୍ୟାୟ ଦେଇଛନ୍ତି । ବୃଦ୍ଧ ଦମ୍ପତିଙ୍କ ଘର ବିଞ୍ଝାରପୁର ଥାନା ରଘୁନାଥପୁର ପଞ୍ଚାୟତ ପ୍ରହଲ୍ଲାଦପୁର ଗ୍ରାମରେ ବୋଲି ଜଣାପଡିଛି ।

4 ପୁଅ ଥିଲେ ମଧ୍ୟ ବୃଦ୍ଧ ପିତାମାତା ଶୁକଦେବ ଦାସ ଓ ପତ୍ନୀ ସୀତା ଦାସ ଅବହେଳିତ । 4 ପୁଅ ରୁ 3 ଜଣ ଅନ୍ୟତ୍ର ରହୁଛନ୍ତି । ଗାଁରେ ରହୁଥିବା ପୁଅ ବିଜୟ ଦାସଙ୍କ ପାଖରେ ରହୁଥିଲେ ଏହି ଦମ୍ପତି ।

ତେବେ ପୁଅ ବିଜୟ ଅନେକ ସମୟରେ ମଦ୍ୟପାନ କରି ବୃଦ୍ଧା ମାତା ପିତାଙ୍କୁ ମାରିବା ସହ ଝଗଡା କରୁଥିଲେ । ପ୍ରାୟ ବର୍ଷେ ତଳେ ପୁଅ ବିଜୟର ଆକ୍ରମଣରେ ଗୁରୁତର ଆହତ ହୋଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ମାତା ପିତା । ମାତ୍ର ଅଭିଯୋଗକୁ ବର୍ଷେ ବିତିଯାଇଥିଲା ମଧ୍ୟ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିନଥିଲା । ଶେଷରେ ବୃଦ୍ଧା ଦମ୍ପତି ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ ।

ଉଭୟ ଭୋକିଲା ଥିବା ଜାଣି ପ୍ରଥମେ ଦୁହିଁଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ ଏସପି । ପରେ ଉଭୟଙ୍କୁ ସାଙ୍ଗରେ ନେଇ ପ୍ରହଲ୍ଲାଦପୁର ଗାଁରେ ପହଞ୍ଚିଥିଲେ । ପୁଅ ବୋହୂଙ୍କୁ ଚେତାବନୀ ଦେବାସହ ଘଟଣାର ଆପୋଷ ସମାଧାନ କରି ସେମାନଙ୍କୁ ମିଳାଇଥିଲେ । ଏବଂ ଭବିଷ୍ୟତରେ ବୃଦ୍ଧ ମା ବାପାଙ୍କ ଯତ୍ନ ନେବାକୁ ତାଗିଦ୍ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର:ପୁଅ ବୋହୂଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇଥିବା ଏକ ଅସହାୟ ବୃଦ୍ଧା ଦମ୍ପତିକୁ ସାହା ହେଲେ ଯାଜପୁର ଏସ୍ ପି. ଥାନାରୁ ନ୍ୟାୟ ନ ପାଇ ଏସ୍ ପି ଙ୍କ ନିକଟକୁ ବହୁ ଆଶା ଭରସା ନେଇ ଆସିଥିବା ଏହି ଦମ୍ପତିଙ୍କ ସମସ୍ୟାକୁ ଏସ୍ ପି ଚରଣ ସିଂ ମୀନା ହସ୍ତକ୍ଷେପ କରି ଏହାର ସମାଧନ କରିଛନ୍ତି.. ସୂଚନା ମୁତାବକ ବିଞ୍ଝାରପୁର ଥାନା ରଘୁନାଥପୁର ପଞ୍ଚାୟତ ପ୍ରହଲାଦପୁର୍ ଗ୍ରାମର ବୃଦ୍ଧା ଦମ୍ପତ୍ତି ହେଲେ ଶୁକଦେବ ଦାସ ଓ ପତ୍ନୀ ସୀତା ଦାସଙ୍କ 4 ପୁଅ ରୁ 3 ଜଣ ଅନ୍ୟତ୍ର ରହୁଥିବା ବେଳେ ଏହି ଦମ୍ପତି ମଝିଆ ପୁଅ ବିଜୟ ଦାସଙ୍କ ପାଖରେ ରହୁଥିଲେ..
ବିଜୟ ଅନେକ ସମୟରେ ମଦ୍ୟପାନ କରି ବୃଦ୍ଧା ମାତା ପିତାଙ୍କୁ ମାରିବା ସହ ଝଗଡା କରୁଥିଲେ. ପ୍ରାୟ ଵର୍ଷେ ତଳେ ପୁଅ ବିଜୟର ଆକ୍ରମଣରେ ଗୁରୁତର ଆହତ ହୋଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ
ହେଲେ ଇତି ମଧ୍ୟରେ ଵର୍ଷେ ବିତିଯାଇଥିଲା ବେଳେ ନ୍ୟାୟ ନ ପାଇ ଶେଷରେ ବୃଦ୍ଧା ଦମ୍ପତି ଏସ୍ ପି ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଥିଲେ
ତେବେ ବୃଦ୍ଧା ଦମ୍ପତିଙ୍କ ସେମାନଙ୍କ ଦୁଃଖ କାହାଣୀ ଶୁଣିବା ପରେ ସେମାନେ ଭୋକିଲା ଥିବା ଜାଣି ତୁରନ୍ତ ସେମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ
ପରେ ଉଭୟଙ୍କୁ ସାଙ୍ଗରେ ଧରି ପ୍ରହଲାଦପୁର ଗାଁ କୁ ଯାଇ ପୁଅ ବୋହୂଙ୍କୁ ଚେତାବନୀ ସହ ଘଟଣାର ଆପୋଷ ସମାଧାନ କରି ସେମାନଙ୍କୁ ମିଳାଇଥିଲେ
ଏବଂ ଭବିଷ୍ୟତରେ ବୃଦ୍ଧା ମା ବାପାଙ୍କ ଯନ୍ମ ନେବାକୁ ତାଗିଦ୍ କରିଥିଲେ । ଏସ୍ପି ଙ୍କ ହସ୍ତକ୍ଷେପ ଫଳରେ ଦମ୍ପତି ଦ୍ୱୟ ନ୍ୟାୟ ପାଇଥିବା ବେଳେ ଭୋକିଲା ଦମ୍ପତିଙ୍କ ମୁହଁରେ ଆହାର ଦେଇ ଓ ପରିବାର ସହ ମିଶାଇ ନିଜର ମାନବିକତା ପରିଚୟ ଦେଇଥିବା ବେଳେ ଏସ୍ ପି ଙ୍କ ମହାନୀୟତା ସାରା ଯାଜପୁର ଜିଲାରେ ଏବେ ଚର୍ଚାର ବିଷୟ ପାଲଟିଛିBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.