ETV Bharat / state

ଅନାଥ ଶିଶୁଙ୍କ ସହ ଦୀପାବଳି ପାଳିଲେ ଯାଜପୁର ଏସପି

author img

By

Published : Oct 27, 2019, 9:29 PM IST

ବ୍ୟାସନଗର ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁଯତ୍ନ ଗୃହ ପରିସରରେ କୁନି କୁନି ଅନାଥଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ଯାଜପୁର ଏସପି ଚରଣ ସିଂହ ମୀନା । ବାଣ ଫୁଟାଇଥିବା ସହ ଶିଶୁଙ୍କୁ ମିଠା ଖୁଆଇଛନ୍ତି ଏସପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ଆଲୋକର ପର୍ବ ଦିପାବଳୀ । ଏଥିପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବ ମୁଖରିତ । ଏହି ଅବସରରେ ଯାଜପୁର ଜିଲାପ୍ରଶାସନ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି ଦୀପାବଳି । ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା ବ୍ୟାସନଗର ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁଯତ୍ନ ଗୃହ ପରିସରରେ କୁନି କୁନି ଅନାଥଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦୀପାବଳି ଅବସରରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ନିଜ ହାତରେ ମିଠା ଖୁଆଇଛନ୍ତି ଏସପି । ଏହାପରେ ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାରର ବାଣ ଉପହାର ଦେବା ସହିତ ସେମାନଙ୍କ ସହିତ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । କିଭଳି ଏହି କୁନିକୁନି ଅନାଥ ପିଲାମାନଙ୍କ ମନରେ ହସ ଫୁଟିବ ଏ ନେଇ ସମସ୍ତେ ପ୍ରୟାସ କରିବାପାଇଁ ଏହି ଆଲୋକର ପର୍ବ ଦୀପାବଳିରେ ଆହ୍ୱାନ ଦେଇଛନ୍ତି ଚରଣ ସିଂହ ।

ଏହି ଅବସରରେ ଯାଜପୁର ରୋଡ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଭଗତ ସିଂହ ଯୁବକ ସଙ୍ଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଆଉ ଅନ୍ନପୂର୍ଣ୍ଣା ଶିଶୁଯତ୍ନ ଗୃହ ଅଧ୍ୟକ୍ଷ ପବିତ୍ର ମୋହନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug-Sp celebration Diwali
Format-avb
Reporter-Gyanaranjan ojha
Place-Jajpur
Date-27.10.2019
ଆଙ୍କର
ଆଜି ଆଲୋକର ପର୍ବ ଦିପାବଳୀ । ଏଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବର ପରିବେଶ । ଏହି ଅବସରରେ ଯାଜପୁର ଜିଲାପ୍ରଶାସନ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଦିପାବଳୀକୁ ପାଳନ କରିଛନ୍ତି । ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ବ୍ୟାସନଗର ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁଯତ୍ନ ଗୃହ ପରିସରରେ କୁନି କୁନି ଅନାଥ ମାନଙ୍କ ସହିତ ଏହି ଦୀପାବଳିକୁ ପାଳନ କରିଛନ୍ତି । ଦୀପାବଳି ଅବସରରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ନିଜ ହାତରେ ମିଠା ବଂଟନ କରିଥିଲେ ଆରକ୍ଷୀ ଅଧୀକ୍ଷକ । ଏହାପରେ ପ୍ର୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାରର ବାଣ ଉପହାର ଦେବା ସହିତ ସେମାନଙ୍କ ସହିତ ବାଣ ମଧ୍ୟ ପୁଂଟାଇଥିଲେ । କିଭଳି ଏହି କୁନିକୁନି ଅନାଥ ପିଲାମାନଙ୍କ ମନରେ ହସଫୁଟବ ସମସ୍ତେ ପ୍ରହାସ କରିବାପାଇଁ ଏହି ଆଲୋକର ପର୍ବ ଦୀପାବଳିରେ ଆହ୍ୱାନ ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷ ଚରଣ ସିଂ ମୀନା। ତେବେ ଏହି ଅବସରରେ ଯାଜପୁର ରୋଡ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଭାଗତ ସିଂ ଯୁବକ ସଙ୍ଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଆଉ ଅନ୍ନପୂର୍ଣ୍ଣା ଶିଶୁଯତ୍ନ ଗୃହ ଅଧ୍ୟକ୍ଷ ପବିତ୍ର ମୋହନ ସାହୁ ପ୍ରମୁଖ ଯୋଗଦେଇଥିଲେ।
Bite-ଚରଣ ସିଂ ମୀନା, ଆରକ୍ଷୀ ଅଧୀକ୍ଷକ ଯାଜପୁର
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.