ETV Bharat / state

ବିଦ୍ୟୁତକାଟ ସମସ୍ୟାରୁ ମିଳିବ ନିସ୍ତାର, ଆରମ୍ଭ ହେଲା ଲାଇଟ ହାଉସ ଅଭିଯାନ

ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟାରୁ ନିସ୍ତାର ପାଇବେ ଯାଜପୁରବାସୀ । ଏଣିକି ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ଅଣ୍ଚା ଭିଡ଼ିଛି ଯାଜପୁର ରୋଡ୍‌ ଡିଭିଜନ୍‌ । ଅଧିକ ପଢ଼ନ୍ତୁ

Jajpur road  division started light house campaign to solve electricity problem in Jajpur
ବିଦ୍ୟୁତକାଟ ସମସ୍ୟାରୁ ମିଳିବ ନିସ୍ତାର, ଆରମ୍ଭ ହେଲା ଲାଇଟ ହାଉସ ଅଭିଯାନ
author img

By

Published : Nov 16, 2021, 5:34 PM IST

ଯାଜପୁର: ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସେବା ପାଇବେ ଯାଜପୁର ବାସିନ୍ଦା । ଏଥିପାଇଁ ଯାଜପୁର ରୋଡ୍‌ ଡିଭିଜନ୍ ପକ୍ଷରୁ ଲାଇଟ ହାଉସ ଅଭିଯାନ ଆରମ୍ଭ ହୋଇଛି । ଦୀର୍ଘଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ସମସ୍ୟା ଦେଖାଦେଉଥିଲା । ଏହାକୁ ନେଇ ଉପଭୋକ୍ତାମାନେ ବାରମ୍ବାର ଅଭିଯୋଗ ମଧ୍ୟ କରି ଆସୁଥିଲେ । ଏଭଳି ଅଭଯୋଗ ପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଲାଇଟ ହାଉସ୍‌ ଅଭିଯାନ ।

ବିଦ୍ୟୁତକାଟ ସମସ୍ୟାରୁ ମିଳିବ ନିସ୍ତାର, ଆରମ୍ଭ ହେଲା ଲାଇଟ ହାଉସ ଅଭିଯାନ

ଏହି ଅଭିଯାନରେ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ରାସ୍ତା କଡ଼ରେ ତାର ଉପର ଦେଇ ଯାଇଥିବା ଗଛ ଡାଳ ସବୁ କାଟି ସଫା କରାଯାଉଛି । ତାର ଝୁଲିଥିବା ସ୍ଥାନରେ ମରାମତି କାମ ଚାଲିଛି । କେତେକ ସ୍ଥାନରେ ତାର ବଦଳାଯାଇ କେବୁଲ ଲଗାଯାଉଛି । ଖୋଲାମେଲାରେ ପଡି ରହିଥିବା ଟ୍ରାନ୍ସଫର୍ମର ପାଇଁ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଉଛି । ଯାଜପୁର ରୋଡ୍ ଡିଭିଜନ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ SDO, ସହାୟକ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଏହି କାର୍ଯ୍ୟର ତଦାରଖ କରୁଛନ୍ତି ।

ନଭେମ୍ବର ୧୬ ତାରିଖରୁ ଏହି ଅଭିଯାନ ଆରମ୍ଭ କରିଛି ଯାଜପୁର ରୋଡ ଡିଭିଜନ । ଏହି ଅଭିଯାନରେ ୬୪ ଜଣ କୁଶଳୀ ଓ ଅଣକୁଶଳୀ ଯୁବକ ନିୟୋଜିତ ରହିଛନ୍ତି । ସୁରୁଖୁରୁର କାର୍ଯ୍ୟ ସମ୍ପାଦନ ପାଇଁ ୧୬ଟି ଗାଡି଼ ନିୟୋଜିତ ରହିଛନ୍ତି । ତେବେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ଯାଜପୁର ରୋଡ ଡିଭିଜନ ବିଫଳ ହେବ ବୋଲି ଅଭିଯୋଗ କରିଛନ୍ତି ଉପଭୋକ୍ତା । ବିଲ୍ ଉଚିତ ସମୟରେ ପୈଠ ହେଉଥିଲେ ସୁଦ୍ଧା ନିୟମିତ ସେବା ମିଳୁନଥିବା ଦର୍ଶାଇଛନ୍ତି ବିଦ୍ୟୁତ୍ ଉପଭୋକ୍ତା ।

ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଁ ଠୁଁ ସହର ସବୁଠି ଲାଇଟ ହାଉସ ଅଭିଯାନ ଜାରି ରହିବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଯୋଗୁଁ ଏବେ କିଛି ଦିନ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଦେଖାଦେବ । ୨ରୁ ୩ ମାସ ମଧ୍ୟରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।

ଉପଭୋକ୍ତାଙ୍କ ସେବା ପାଇଁ ଯାଜପୁର ରୋଡ୍‌ ଡିଭିଜନ ଯେଉଁ କାର୍ଯ୍ୟ ହାତକୁ ନେଇଛି ତାହାକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି । ବିଭାଗୀୟ ଅଧିକାରୀମାନେ 24ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ କେତେ ସଫଳ ହେବ ତାହାରି ଅପେକ୍ଷା ରହିଛନ୍ତି ଗ୍ରାହକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.