ETV Bharat / state

POS ମେସିନ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ, ପୋଲିସ କବଜାରେ ଦମ୍ପତି ଓ ଗ୍ୟାଙ୍ଗ

author img

By

Published : Aug 2, 2022, 2:25 PM IST

ଯାଜପୁରରେ POS ମେସିନ ଲଗାଇବା ଆଳରେ ଲକ୍ଷାଧିକ ଟଙ୍କାର ଠକେଇ । ଠକ ଦମ୍ପତିଙ୍କ ସହ ସହଯୋଗୀ ଗିରଫ । ଅଧିକ ପଢନ୍ତୁ

POS ମେସିନ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ, ପୋଲିସ କବଜାରେ ଦମ୍ପତି ଓ ଗ୍ୟାଙ୍ଗ
POS ମେସିନ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ, ପୋଲିସ କବଜାରେ ଦମ୍ପତି ଓ ଗ୍ୟାଙ୍ଗ

ଯାଜପୁର: ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ ଦମ୍ପତି । ଏହି ଠକ ଦମ୍ପତିଙ୍କ ସମେତ ମୋଟ 5 ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ନଗଦ 10 ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ନଗଦ ଟଙ୍କା ସହ 63ଟି ATM କାର୍ଡ, ଗୋଟିଏ କ୍ରେଡିଟ କାର୍ଡ, 7ଟି ମୋବାଇଲ ଫୋନ, 46ଟି ସିମକାର୍ଡ, 21ଟି ବିଭିନ୍ନ ବ୍ୟାଙ୍କର ପାସବୁକ, 3ଟି ପସ୍‌ ମେସିନ ଜବତ କରାଯାଇଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଏବଂ ତାଙ୍କ ପତ୍ନୀ ମାଳତୀ ସମେତ 5ଜଣଙ୍କୁ ଗିରଫ କରାଯାଇଛି । କିଛି ଦିନ ପୂର୍ବରୁ ମାଳତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ସ୍ବାମୀ ସୁନୀଲ ଓ ଅନ୍ୟ 3 ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ମୁତାବକ ସୁନୀଲ ଓ ତାଙ୍କ ପତ୍ନୀ ସୃଜନ ଇନ୍ଫୋଟେକ କମ୍ପାନୀ ଖୋଲି ପେଟିଏମ ଠାରୁ ପସ୍‌ ମେସିନ ଲଗାଇବାକୁ ଫ୍ରାଞ୍ଚାଇଜ ଆଣି ବିଭିନ୍ନ ଦୋକାନରେ ଲଗାଇଥିଲେ ।

ସେହି ମେସିନ ଦ୍ବାରା ହେଉଥିବା ଅର୍ଥ କାରବାରକୁ ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ସୁନୀଲ । ଏହା ଜଣାପଡିବା ପରେ ଯାଜପୁର ସହରର କ୍ରିଷ୍ଣା ଜୁଏଲାରୀ ମାଲିକ ବଟକୃଷ୍ଣ ସାହୁ ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର SDPO ସରୋଜ ଉପାଧ୍ୟାୟ । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଅଜୟ ଜେନା ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.