ଯାଜପୁର: ଭୋଟ ଗ୍ରହଣ ସମୟରେ ବିଞ୍ଝାପୁର ବାଛୋଳ ଗାଁରେ ସମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ପାଣିକୋଇଲି ଏସପି ରାହୁଲ ପିଆର ।
ସୂଚନା ମୁତାବକ, ଗତ ୨୦ ତାରିଖ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଞ୍ଝାପୁର ବାଛୋଳ ଗାଁରେ ତିନିଜଣ ସମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ଏସପି ରାହୁଲ ପିଆର ଗୁରୁତର ସହ ନେଇ ପୂର୍ବରୁ ୧୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଏହା ମଧ୍ୟ ପଢନ୍ତୁ:-ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଆଉ ୩ କୋର୍ଟ ଚାଲାଣ, ଗିରଫ ସଂଖ୍ୟା ୧୫ରେ ପହଞ୍ଚିଲା
ଆଜି ଏହି ଘଟଣାର ଆଉ ଜଣେ ଅଭିଯୁକ୍ତ ବାମଦେବପୁର ଗାଁର ଜରାଜକିଶ୍ୱର ମଲ୍ଲିକ ଦଳେଇକୁ ଗିରଫ କରିବାରେ ସଫଳ ହେଇଛି ପୋଲିସ । ଏହି ଘଟଣାରେ ମୋଟ ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ