ETV Bharat / state

ଛାତ୍ରୀରୁ ସଫଳ ୟୁଟ୍ୟୁବର, ଟଙ୍କା ରୋଜଗାର କରି ଚଳାଉଛନ୍ତି ପରିବାର

author img

By

Published : Apr 23, 2023, 4:25 PM IST

ଭାଗ୍ୟ ବଦଳାଇଦେଲା ୟୁଟ୍ୟୁବ । ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ରୋଜଗାର ଦେଲା ୟୁଟ୍ୟୁବ । ଭିଡିଓ ଅପଲୋଡ ପରେ ରାଣୀଙ୍କ ଆକାଉଣ୍ଟକୁ ଆସୁଛି ମାସକୁ 20ରୁ 30 ହଜାର ଟଙ୍କା । ଅଧିକ ପଢ଼ନ୍ତୁ

successful youtuber rani
successful youtuber rani
ଛାତ୍ରୀରୁ ସଫଳ ୟୁଟ୍ୟୁବର

ଯାଜପୁର: ୟୁଟ୍ୟୁବର ରାଣୀ ସିଂ । ଦଶମ ଶ୍ରେଣୀରେ ପାଠ ପଢନ୍ତି । କିନ୍ତୁ ଏତେ କମ ବୟସରେ ସେ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି । ଆର୍ଥିକ ଅନଟନରେ ଗତି କରୁଥିବା ନିଜ ପରିବାର ପାଇଁ ଏବେ ସାହାରା ପାଲଟିଛନ୍ତି । ୟୁଟ୍ୟୁବରେ ଭିଡିଓ ଅପଲୋଡ କରି ସେ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି । ଦିନେ କେମିତି ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ରାଣୀ ଏବେ ୟୁଟ୍ୟୁବରୁ ଆସୁଥିବା ଟଙ୍କାରେ ନିଜ ଭାଇ ଭଉଣୀଙ୍କୁ ପଢାଇବା ସହ ନିଜେ ପାଠ ପଢୁଛନ୍ତି ।

ଯାଜପୁର ସହର ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଭଡା ନେଇ ରହୁଛନ୍ତି ପିତାମ୍ବର ସିଂ ଓ ତାଙ୍କ ପରିବାର । ତାଙ୍କ ଝିଅ ରାଣୀ ଦଶମ ଶ୍ରେଣୀରେ ଉପେନ୍ଦ୍ର କୁମାର ହାଇସ୍କୁଲରେ ପାଠ ପଢିବା ସହ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଟ୍ରାଇବାଲ ଭ୍ଲଗର ରାଣୀ ନାମରେ ଖୋଲିଥିଲେ। ସେଥିରେ ଆଦିବାସୀ ଜନଜାତିର ଜିବନୀ, ଖାଦ୍ୟପେୟ, ନୃତ୍ୟ ଗୀତ ଅପଲୋଡ଼ କରୁଥିଲେ । ଇତିମଧ୍ୟରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 2 ଲକ୍ଷରୁ 18ହଜାରରୁ ଊର୍ଦ୍ଧ୍ବ ସବସକ୍ରାଇଭର ହେଲେଣି। ଯାହାକୁ ନେଇ ସେ ମାସିକ 20 ରୁ 30 ହଜାର ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି ।

ଦିନେ ରାଣୀଙ୍କ ବାପା ପିତାମ୍ବର କାମ କରୁଥିବା ସମୟରେ ହାତ କଟିଯାଇଥିଲା । ଯାହାଫଳରେ ପରିବାର ଚଳାଇବା କଷ୍ଟକର ହେଇ ଯାଇଥିଲା । ସେଥିପାଇଁ ସେ ନିଜ ଗାଁ କେନ୍ଦୁଝର ପାନସି ଝରଣାକୁ ଚାଲିଯିବାକୁ ଚିନ୍ତା କରୁଥିଲେ । ଏହି ସମୟରେ ତାଙ୍କ କୁନି ଝିଅ ରାଣୀଙ୍କ ଇଚ୍ଛାଶକ୍ତି ଆଉ କିଛି କରିବାର ଦୃଢ ମନୋବଳ ଯୋଗୁ ଗାଁକୁ ଫେରିଯିବାକୁ ସେ ବାପାଙ୍କୁ ଅଟକାଇ ଦେଇଥିଲେ । ରାଣୀ ଆରମ୍ଭ କରିଥିଲେ ନିଜର ୟୁଟ୍ୟୁବ୍ ଚ୍ୟାନେଲ । ଆଜିର ଦିନରେ ୟୁ ଟ୍ୟୁବରୁ ରାଣୀ ବେଶ କିଛି ଅର୍ଥ ଉପାର୍ଜନ କରି ନିଜର ପାଠ ପଢା ଖର୍ଚ୍ଚ ସହ ଭାଇର ପାଠ ପଢା ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ବହନ କରିପାରୁଛନ୍ତି ।

ରାଣୀଙ୍କ ଇଚ୍ଛା ନିଜେ ପାଠ ପଢ଼ି ଆଗକୁ ଜଣେ ଭଲ ୟୁଟ୍ୟୁବର୍ ହେବା ସହ ପରିବାର ପାଇଁ ଏକ ଘର ନିର୍ମାଣ କରିବା ଓ ଅନ୍ୟ ଆଦିବାସୀ ଜନ ଜାତିର ଲୋକଙ୍କୁ ସାହାଯ୍ୟ କରିବେ । ସେପଟେ ସ୍ଥାନୀୟ ବୃଦ୍ଧିଜୀବୀ ମଧ୍ଯ ରାଣୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ରାଣୀଙ୍କଠାରୁ ଅନ୍ୟ ଛାତ୍ରଛାତ୍ରୀ ଓ ଆଜିର ଯୁବପିଢ଼ି ପ୍ରେରିତ ହେଲେ ଆଗକୁ ସଫଳତା ପାଇ ପାରିବେ ବୋଲି କହିଛନ୍ତି । ଯେଉଁ ମୋବାଇଲ ଧରି ପ୍ରତିଦିନ ଛାତ୍ରଛାତ୍ରୀ ଓ ଆଜିର ଯୁବ ପିଢ଼ି ଅବାଟକୁ ଚାଲିଯାଉଛନ୍ତି ସେତିକି ବେଳେ ରାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.