ETV Bharat / state

ମହାନଦୀ ଶାଖା ଗେଙ୍ଗୁଟି ନଦୀରେ ବନ୍ୟା; ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ

ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ପରେ ମହାନଦୀ ଶାଖା ଗେଙ୍ଗୁଟି ନଦୀରେ ବନ୍ୟା ଆସିଛି । ଗେଙ୍ଗୁଟିରେ ବନ୍ୟା ଆସିବା ଫଳରେ ଯାଜପୁରର ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି ।

ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ
ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ
author img

By

Published : Aug 29, 2020, 11:32 PM IST

ଯାଜପୁର: ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ପରେ ମହାନଦୀ ଶାଖା ଗେଙ୍ଗୁଟି ନଦୀରେ ବନ୍ୟା ଆସିଛି । ଗେଙ୍ଗୁଟିରେ ବନ୍ୟା ଆସିବା ଫଳରେ ଯାଜପୁରର ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି ।

ମହାନଦୀ ଶାଖା ଗେଙ୍ଗୁଟି ନଦୀରେ ବନ୍ୟା; ବଡଚଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ

ଏହି ବ୍ଲକରେ ମୁଖ୍ୟତଃ ବାଲିଚନ୍ଦ୍ରପୁର ବଜାର ସମେତ ପତରାଜପୁର, କଳାଶ୍ରୀ-ଗୋପାଳପୁର, ମାଣ୍ଡୁକା, ଚଣ୍ଡିଆ, ବନମାଳିପୁର, ଅଣକା, କୁନ୍ଦଳ, ବଡଚଣା, ସକୁନ୍ତଳାପୁର, ରାଧାଦେଇପୁର ପ୍ରଭୃତି ପ୍ରାୟ 10 ରୁ ଉର୍ଦ୍ଧ୍ବ ପଞ୍ଚାୟତର 50 ଗାଁ ଜଳବନ୍ଦୀ ହୋଇ ରହିଥିବା ଜଣାପଡିଛି । ଓଡ୍ରାଫ ଏନଡିଆରଏଫ ଓ ଅଗ୍ନୀଶମ ଟିମ ସହାୟତାରେ ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ବଡଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ବିଧାୟକଙ୍କ ଗସ୍ତରେ ସାମିଲ ଥିଲେ ।

ବିଧାୟକ ବନ୍ୟାଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଅଧିକାରୀ ମାନଙ୍କ ସହ ବିପନ୍ନଙ୍କୁ ଉଦ୍ଧାର ଓ ରିଲିଫ ସହାୟତା ଯୋଗାଇ ଦେବାକୁ ଆଲୋଚନା କରିଥିଲେ । ପାଣିଘେରରେ ଥିବା ଲୋକଙ୍କୁ ପାଣି ଛାଡିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ କହିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.