ETV Bharat / state

କ୍ବାରେନଣ୍ଟାଇନ ସେଣ୍ଟରର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ବୈଠକ - jajpur news

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ୟାସନଗର ପୌରପରିଷଦ ସଭାଗୃହରେ ନୋଡାଲ ଅଫିସମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୋଲିଥିବା କ୍ବାରେନଣ୍ଟାଇନ ସେଣ୍ଟର ଗୁଡ଼ିକରେ କିଭଳି ଲୋକମାନେ ସୁରୁଖୁରୁରେ ରହିପାରିବେ ଏବଂ ସେମାନଙ୍କ ଖାଦ୍ୟପେୟ ଓ ପରିମଳ ସୁବିଧାଜନକ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Jajpur collector meeting
କ୍ବାରେନଣ୍ଟାଇନ ସେଣ୍ଟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ବୈଠକ
author img

By

Published : May 9, 2020, 6:45 PM IST

Updated : May 10, 2020, 11:12 AM IST

ଯାଜପୁର: ବ୍ୟାସନଗର ପୌରପରିଷଦ ସଭାଗୃହରେ ନୋଡାଲ ଅଫିସମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ସ୍ଥାନୀୟ ତହସିଲଦାର, କୋରେଇ ଓ ଦାନଗଦି ବ୍ଳକର ବିଡିଓ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

କ୍ବାରେନଣ୍ଟାଇନ ସେଣ୍ଟରର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ବୈଠକ

କୋରୋନା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୋଲିଥିବା କ୍ବାରେନଣ୍ଟାଇନ ସେଣ୍ଟର ଗୁଡ଼ିକରେ କିଭଳି ଲୋକମାନେ ସୁରୁଖୁରୁରେ ରହିପାରିବେ ଏବଂ ସେମାନଙ୍କ ଖାଦ୍ୟପେୟ ଓ ପରିମଳ ସୁବିଧାଜନକ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି କ୍ବାରେନଣ୍ଟାଇନ ସେଣ୍ଟର ଗୁଡିକରେ ରହିଥିବା ଲୋକମାନେ ନିଜ ଦାୟିତ୍ବ କିଭଳି ନିଜେ ସମ୍ପାଦନ କରିପାରିବେ ସେ ନେଇ ଟିମ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଅଞ୍ଚଳର ନୋଡାଲ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।

ସେପଟେ ବିଭିନ୍ନ ସମୟରେ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଥଇଥାନ ପାଇଁ କ୍ବାରେନଣ୍ଟାଇନ ସେଣ୍ଟର ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ କହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : May 10, 2020, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.