ETV Bharat / state

ଆଜିଠୁ ଖୋଲିବ ମା’ ବିରଜା ମନ୍ଦିର

ଆଜିଠୁ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର । ମନ୍ଦିର ଖୋଲିବା ଓ ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଏସଓପି ଜାରି ହୋଇଛି ।

author img

By

Published : Dec 29, 2020, 7:41 AM IST

କାଲିଠୁ ଖୋଲିବ ବିରଜା ମନ୍ଦିର
କାଲିଠୁ ଖୋଲିବ ବିରଜା ମନ୍ଦିର

ଯାଜପୁର: ଆଜିଠୁ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ଖୋଲିବା ଓ ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଏସଓପି ଜାରି ହୋଇଛି । ଏହି ଏସଓପି ଅନୁଯାୟୀ ମନ୍ଦୀର ଭିତରେ ବାରିକେଡର ବ୍ୟବସ୍ଥା ହୋଇଛି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଲାଇନ ହୋଇଛି ।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ରଙ୍ଗ ଦ୍ବାରା ଗୋଲେଇ ଚିତ୍ର ଅଙ୍କା ଯାଇଛି । ଭକ୍ତମାନେ ସକାଳ ୬ଟାରୁ ମାଙ୍କ ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ । ମାଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ବାରରେ ପ୍ରସ୍ଥାନ କରିବେ । ସକାଳ ୬ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ଆଜି ପ୍ରଶାସନ ପକ୍ଷରୁ ମନ୍ଦିର ଭିତରର ସ୍ଥିତି ଯାଞ୍ଚ କରାଯାଇଛି ।

କାଲିଠୁ ଖୋଲିବ ବିରଜା ମନ୍ଦିର

ଦୀର୍ଘ 9 ମାସ ଧରି କୋରୋନା କଟକଣା ଯୋଗୁଁ ମାଙ୍କ ଦର୍ଶନ କରିବାକୁ ବଂଚିତ ହେଉଥିଲେ ଶ୍ରଦ୍ଧାଳୁ । ଆସନ୍ତାକାଲି ଖୋଲାଯିବାକୁ ଥିବା ମନ୍ଦିର ପାଇଁ ଉଭୟ ଭକ୍ତ ଓ ସେବାୟତମାନେ ବେଶ ଉତ୍ସାହିତ ଅଛନ୍ତି । ପ୍ରତିଦିନ ସକାଳ 5ରୁ ସଂନ୍ଧ୍ୟା 5ପର୍ଯ୍ୟନ୍ତ ଖୋଲାରହିବ ମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ 1 ରୁ 3 ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ମନ୍ଦିର ପ୍ରଶାସନକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

29ତାରିଖ ରୁ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ଏବେ ମନ୍ଦିରରେ ପିଣ୍ଡଦାନ ବ୍ୟତୀତ ବିବାହ ବ୍ରତ ଆଦି ପାଳନ କରିବାକୁ ବାରଣ କରାଯାଇଛି । ବିରଜା ମନ୍ଦିର ଖୋଲିବା ପରେ ପରିସ୍ଥିତିକୁ ଦେଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.