ETV Bharat / state

ମଦ ପିଇ ଚାକିରିରୁ ବିଦା ହେଲେ ମାତାଲ ସାର୍

author img

By

Published : Dec 5, 2019, 4:53 PM IST

Updated : Dec 5, 2019, 9:28 PM IST

ସରକାରୀ କାର୍ଯ୍ୟରେ ଅବହେଳା ଓ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିବା ଘଟଣାରେ ବାଲିଆ ସ୍କୁଲର ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଅଧିକ ପଢନ୍ତୁ...

TEACHER
ମହଙ୍ଗା ପଡିଲା ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବା

ଯାଜପୁର: ମହଙ୍ଗା ପଡିଲା ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ବିଚ୍ ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଚାକିରି ହରାଇଲେ ମଦ୍ୟପ ଶିକ୍ଷକ । ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପ୍ରଥମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାକିରିରୁ ଅବ୍ୟାହତି ପରେ ଏବେ ଚାକିରିରୁ ବିଦା କରାଯାଇଛି ।

ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ମଦ୍ୟପ ସାର୍ କାର୍ଯ୍ୟରୁ ଅବ୍ୟାହତି

ସୂଚନା ଅନୁସାରେ, ଗତ ବୁଧବାର ବାଲିଆ ପ୍ରାଥମିକ ବିଦ୍ୟାଳୟର ମକରନ୍ଦ ମହାନ୍ତ ନାମକ ଶିକ୍ଷକ ଅଚନାକ ମଦ ପିଇ ପହଞ୍ଚିଥିଲେ ସ୍କୁଲରେ । ନିଜ ଗାଡିକୁ ଫୋପାଡି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ ଆଗରୁ ମଧ୍ୟ ବହୁବାର ସାର୍ ଏମିତି ମଦ ପିଇ ସ୍କୁଲ ଆସନ୍ତି । ଅକାରଣରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଅନ୍ତି । ଏପରି ନକରିବାକୁ ଗ୍ରାମବାସୀ ବହୁବାର ବାରଣ କରିବା ସତ୍ତ୍ବେ ଶୁଣି ନଥିଲେ ସାର୍ । ଶେଷରେ ଗ୍ରାମବାସୀ ଭିଡିଓ ଉତ୍ତୋଳନ କରି ବିଭାଗୀୟ ଅଧିକାରୀଙ୍କୁ ପଠାଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଜଣେ ଶିକ୍ଷକଙ୍କ ଏପରି ଆଚରଣକୁ ନିନ୍ଦା କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Place -jajpur
Reporter -gyanaranjan ojha
Anch: ଯାଜପୁର ଜିଲା ସୁକିନ୍ଦା ଥାନା ଅଂଚଳର ଲେମ୍ବୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ ମଦ ପିଇ କିପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି.... ପୂର୍ବରୁ ମଧ୍ଯ ଉକ୍ତ ଶିକ୍ଷକ ଜଣଙ୍କ ଏଭଳି ଅନେକ ବାର ମଦ ପିଇ ସ୍କୁଲ ଆସିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ.. ବରମ୍ବାର ଗ୍ରାମ ବାସୀ ଶିକ୍ଷକ ଜଣଙ୍କୁ ଏ ସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ ହେଁ ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପଡା କାଠ ଆଧାରରେ ଶିକ୍ଷକ ଙ୍କ ସ୍ଵଭାବ ରେ କୌଣସି ପରିବର୍ତ୍ତନ ଆସିନଥିଲା.. ତେବେ ଚଳିତ ସପ୍ତାହରେ ପୁନଶ୍ଚ ଶିକ୍ଷକ ଜଣଙ୍କ ମଦ୍ୟପାନ କରି ନିଜ ଗାଡି ରାସ୍ତାରେ ପକାଇ ପିଲାମାନଙ୍କୁ ଆଣ୍ଠେଇ ଦେଇ ଥିବାବେଳେ ଗ୍ରାମବାସୀ ଏ ଭିଡିଓ ଉତୋଳନ କରି ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ନିମନ୍ତେ ପଠାଇଥିଲେ... ଏଥି ସହିତ ସରକାରୀ,ବେସରକାରୀ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ପିତା ମାତାଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସତର୍କ ରହିବାକୁ ଭିଡିଓ ଦ୍ଵାରା ବାର୍ତ୍ତା ଦେଇ ଏଭଳି ଘଟଣା ଘଟାଉ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।Body:NewsConclusion:
Last Updated : Dec 5, 2019, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.