ETV Bharat / state

ଟେଲି ଫିଲ୍ମରେ ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ଅଭିଯୋଗ, ଥାନାରେ ଏତଲା - ଓଟିଟି ପ୍ଲାଟଫର୍ମ

ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିସନୀ ହଟଷ୍ଟାରରେ ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର କରାଯାଇଥିବା ଅଭିଯୋଗ । ଯାଜପୁର ରୋଡ଼ ଥାନାରେ ଏତଲା ଦେଲେ ସରକାରୀ ଧନ୍ଦାମୀଳକ ବିଦ୍ୟାଳୟର ଅଧ୍ୟାପକ ଦେବୀପ୍ରସାଦ ଦାଶ । ଅଧିକ ପଢନ୍ତୁ

OTT ପ୍ଲାଟଫର୍ମରେ ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ଅଭିଯୋଗ, ଥାନାରେ ଏତଲା

author img

By

Published : Sep 10, 2022, 2:48 PM IST

ଯାଜପୁର: ଓଟିଟି (OTT Platform) ପ୍ଲାଟଫର୍ମ ଡିସନୀ ହଟଷ୍ଟାରରେ କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ହଟଷ୍ଟାରରେ ପ୍ରସାରିତ ହେଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଏପରି କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଯାଜପୁର ସରକାରୀ ଧନ୍ଦାମୂଳକ ବିଦ୍ୟାଳୟର ଅଧ୍ୟାପକ ଦେବୀପ୍ରସାଦ ଦାଶ । ଏହାର ନିର୍ମାତା କ୍ଷମା ପ୍ରାର୍ଥନା କରିବା ସହିତ ଉକ୍ତ ଭିଡ଼ିଓ କ୍ଲିପକୁ କାଟିବାକୁ ସେ ଦାବି କରିଛନ୍ତି ।

OTT ପ୍ଲାଟଫର୍ମରେ ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ଅଭିଯୋଗ, ଥାନାରେ ଏତଲା

ଅଧ୍ୟାପକ ଦେବୀପ୍ରସାଦ ଏ ନେଇ ସରକାରଙ୍କ ସିଟିଜେନ ପୋର୍ଟାଲରେ ବିଧିବଦ୍ଧ ଭାବରେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେ ଏଥିପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । ଅଧ୍ୟାପକଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ରରେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ନାରାୟଣୀଙ୍କ ନାମକୁ କଦର୍ଥ କରାଯିବ ସହିତ ଅଶ୍ଳୀଳ ଇଙ୍ଗିତ କରାଯାଇ ବଦନାମ କରାଯାଇଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଭାବନାକୁ କୁଠାରଘାତ କରିଛି ।"

OTT ପ୍ଲାଟଫର୍ମରେ ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ଅଭିଯୋଗ

ସେ ଆହୁରି କହିଛନ୍ତି, "ଏହି ଚଳଚ୍ଚିତ୍ରରେ ଏକ ମଶାକୁ ଜଗନ୍ନାଥ ନାମ ଦିଆଯାଇଛି । ଜଣେ ଲୋକ ଝାଳ ଫୋପାଡୁଛି । ସେ ଝାଳ ବାଜି ମଶାଟି ମରିଯାଉଛି । ଏଥିରେ ଜଗନ୍ନାଥଙ୍କ ନାମକୁ ଅପବ୍ୟବହାର କରାଯାଇଛି । ଏଥିରେ ନ୍ୟାରେଟ କରୁଥିବା ମହିଳା ଜଣକ ଜଗନ୍ନାଥର ବିଧବା ବୋଲି କହୁଛନ୍ତି । ଏହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି । ଏଥିଲାଗି ସରକାରୀ ସିଟିଜେନ ପୋର୍ଟାଲରେ ଏକ କେସ୍‌ କରିଛି । "

ଏହା ବି ପଢନ୍ତୁ- ମହାପ୍ରଭୁଙ୍କୁ ଅବମାନନା, ଗାଡି ପଛରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ

ଓଡ଼ିଶାର ସଂସ୍କୃତିର ଅପବ୍ୟବହାର କରିଥିବା ଲୋକମାନେ କ୍ଷମା ପ୍ରାର୍ଥନା କରିବେ । ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ବାର୍ଥ ନାହିଁ ବୋଲି ସେ କହିଛନ୍ତି । ତେବେ ଯାଜପୁର ରୋଡ଼ ଥାନାରେ ଏ ନେଇ ସେ ଏଫଆଇଆର ଦେଇଥିବା କହିଛନ୍ତି । ତେବେ ସୂଚନା ଥାଉ କି ଗତ କିଛି ଦିନ ତଳେ ବାଲେଶ୍ବରରେ ପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କରାଯାଇଥିବା ଏକ ଭିଡ଼ିଓ ସାମନାକୁ ଆସିଥିଲା ।

ଏକ ଗାଡିରେ ଜଗନ୍ନାଥଙ୍କୁ ବାନ୍ଧି ନିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଏମିତି ମହାବାହୁଙ୍କୁ ନିଆଯାଉଥିବାର ଦେଖିବାକୁ ମିଳିଥିଲା । ଜଳେଶ୍ବର ଅଞ୍ଚଳର ଯୁବକ ବିନୟ କୁମାର ପ୍ରଧାନ ଭୁବନେଶ୍ବରରୁ ଜଳେଶ୍ବର ଫେରୁଥିବା ସମୟରେ ଏମିତି ଦୃଶ୍ୟ ତାଙ୍କ ନଜରରେ ପଡିଥିଲା । ସେ ଏହାର ଭିଡିଓ ଉତ୍ତୋଳନ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଏମିତି କାର୍ଯ୍ୟପାଇଁ ତାଗିଦ ମଧ୍ୟ କରିଥିଲେ ।

ତେବେ ଏକ ଟେଣ୍ଟ ହାଉସର ସାମଗ୍ରୀ ଏମିତି ଭାବେ ସ୍ଥାନାନ୍ତର ହେଉଥିବା କଥା ଜାଣି ବିନୟ ନିଜ କାର ଅଟକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଠିକ ଭାବେ ନେବାପାଇଁ କହିଥିଲେ । ଏହାପରେ ଟେଣ୍ଟ କର୍ମଚାରୀମାନେ ମଧ୍ୟ ଜଗନ୍ନାଥଙ୍କୁ ସଠିକ ଭାବେ ନେଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.