ETV Bharat / state

Panchayat Election: ସରପଞ୍ଚ ପ୍ରାର୍ଥୀକୁ ନେଇ ବିଜେଡିରେ ଗୋଷ୍ଠୀକନ୍ଦଳ - ବିଜେଡି ଅନ୍ତଃକନ୍ଦଳ

ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ସରପଞ୍ଚକୁ ଟିକେଟ୍ ନ ମିଳିବାକୁ ନେଇ ବିଜେଡିରେ ଦେଖାଗଲା ଗୋଷ୍ଠୀ କନ୍ଦଳ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ବିଜେଡିରେ ସୃଷ୍ଟି ହେଲା ଫାଟ

author img

By

Published : Jan 15, 2022, 12:18 PM IST

ଯାଜପୁର: ଆଗକୁ ପଞ୍ଚାୟତ ଲଢେଇ । ଏନେଇ ରାଜ୍ୟର ତିନି ପ୍ରମୁଖ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡିରେ ଦେଖାଗଲାଣି ଅନ୍ତଃକନ୍ଦଳ । ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ ନ ମିଳିବାକୁ ନେଇ ତୀବ୍ର ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି ଯାଜପୁରରେ । ଜିଲ୍ଲା କୋରେଇ ବ୍ଳକ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ବିଜେଡିରୁ ଆଶାୟୀ ଥିବା ବର୍ତ୍ତମାନର ସରପଞ୍ଚ ପଙ୍କଜିନି ମହାକୁଡଙ୍କ ସ୍ବାମୀ ତଥା ଜିଲ୍ଲା ବିଜେଡି କର୍ମକର୍ତ୍ତା ବସନ୍ତ ମହାକୁଡଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ମହାକୁଡଙ୍କୁ ପ୍ରାର୍ଥୀ ହେବା ପାଇଁ ଦଳୀୟ ସହମତି ମିଳିନାହିଁ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପୂର୍ବରୁ ବିଜେଡିରେ ସୃଷ୍ଟି ହେଲା ଫାଟ

ସରପଞ୍ଚ ପ୍ରାର୍ଥୀ ପରିବର୍ତ୍ତେ ବିଜେଡି ସମର୍ଥନରେ ମହାକୁଡଙ୍କ ପତ୍ନୀ ତଥା ବର୍ତ୍ତମାନର ସରପଞ୍ଚ ପଙ୍କଜିନି ମହାକୁଡଙ୍କୁ ସମିତିସଭ୍ୟ ଭାବେ ଲଢ଼ିବାକୁ ଦଳ ତରଫରୁ ପ୍ରସ୍ତାବ ଦିଆଯାଇଛି ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି । ବିଜେଡି ପକ୍ଷରୁ ଅନ୍ୟ ଜଣେ ଆଶାୟୀ ତଥା ପୂର୍ବତନ ସରପଞ୍ଚଙ୍କୁ ପ୍ରାର୍ଥୀ ପାଇଁ ସମର୍ଥନ ଦିଆଯାଇଥିବାରୁ ଘୋର ବିବାଦ ଦେଖାଦେଇଛି । ପଞ୍ଚାୟତର ଶତାଧିକ ସମର୍ଥକ ଓ ଦଳୀୟ କର୍ମୀ ବସନ୍ତ ମହାକୁଡଙ୍କ ବାସଭବନରେ ପହଞ୍ଚି ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବାକୁ ଜିଦ୍ ଧରିଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.