ଯାଜପୁର: ଆଜି ୬ଷ୍ଠତମ ବିଶ୍ବ ଯୋଗ ଦିବସ । ଏହି ଅବସରରେ ଯାଜପୁରସ୍ଥିତ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି । କୋରୋନା କଟକଣା ପାଇଁ ଅଳ୍ପ କିଛି ଲୋକଙ୍କୁ ନେଇ ଏହି ଯୋଗାଭ୍ୟାସ କରାଯାଇଥିଲା । ଏହି ଶିବିରରେ ଯୋଗଗୁରୁ ସୁବାସ ଚନ୍ଦ୍ର ତ୍ରିପାଠୀ ଓ ମନ୍ମଥ ସାମଲ ଯୋଗାଭ୍ୟାସ କରାଇଥିଲେ ।
ମଣିଷ ଜୀବନକୁ ସୁସ୍ଥ ଓ ନିରୋଗ ରଖିବାରେ ଯୋଗ ସହାୟକ ହୋଇଥାଏ । ଯୋଗ ଦ୍ବାରା ମହାମାରୀ କୋରୋନାକୁ ହରାଇପାରିବେ ବୋଲି ମତ ଦେଇଥିଲେ । ଏହି ଅବସରରେ ସୀମାରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହିତ ଭାରତୀୟ ଯବାନଙ୍କ ଜୟଗାନ କରାଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ