ETV Bharat / state

ଯାଜପୁରରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି, ଥାନାରେ ମାମଲା

author img

By

Published : Nov 3, 2019, 8:33 PM IST

ଯାଜପୁର ଜିଲ୍ଲା କୋରେଇରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଥାନାରେ ମାମଲା । କୋରେଇ ବିଧାୟକ ଅଶୋକ ବଳଙ୍କ ଉପସ୍ଥିତିରେ ଏପରି ହୋଇଥିବା ସୂଚନା ।

ଡିଜାଇନ ଫଟୋ

ଯାଜପୁର: ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖିଲିପଙ୍ଗା ଗ୍ରାମରେ ଦଳର ଦୁଇ ଗୋଷ୍ଠୀ ହାତାହାତି ହୋଇଥିବା ସୂଚନା ।

ଯାଜପୁରରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି, ଥାନାରେ ମାମଲା

ଗତକାଲି(ଶନିବାର) ଅପରାହ୍ନରେ ଗ୍ରାମରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ସମୟରେ ଏପରି ହୋଇଥିଲା । ସଭାରେ କୋରେଇ ବିଧାୟକ ଅଶୋକ ବଳ ଭାଷଣ ଦେଉଥିବା ସମୟରେ ଏପରି ଘଟିଥିବା ଜଣାପଡିଛି ।

ଗତ ନିର୍ବାଚନରେ ବିଜେଡିକୁ କିଏ ଭୋଟ ଦେଇଛି ଆଉ କିଏ ନ ଦେଇଛି ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା, ହାତାହାତି ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଏହାକୁ ଆୟତ୍ତକୁ ଆଣିବା ପାଇଁ ଉଭୟ ପକ୍ଷଙ୍କୁ ଘଉଡାଇ ଦେଇଥିଲେ । ସେପଟେ ବିଧାୟକ ମଧ୍ୟ ଏହାପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ ।

ହାତାହାତିରେ କିଛି ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଘଟଣାକୁ ନେଇ କୋରେଇ ଥାନାରେ ଗୋଟିଏ ପକ୍ଷରୁ ଲିଖିତ ଏତଲା ଦିଆଯାଇଥିବାବେଳେ ଏହି ଏତଲା ଆଧାରରେ 8 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG - BJD Workers Tension
FORMAT – AVB
REPORT – Gyanaranjan ojha
PLACE - JAPUR
DATE – 03 . 11 . 19
ANCHOR-ବିଜେଡ଼ି ର ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି। ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖିଲିପଙ୍ଖା ଗ୍ରାମରେ। ଘଟଣାରୁ ପ୍ରକାଶ ଗତକାଲି ଅପରାହ୍ନରେ ଉକ୍ତ ଗ୍ରାମରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ନିଜକୁ କିଏ ବିଧାୟକ ଅଶୋକ ବଳଙ୍କ ପାଖଲୋକ ବୋଲି ପ୍ରମାଣିତ କରିବା ତଥା ଗତ ନିର୍ବାଚନରେ ବିଜେଡି କୁ କିଏ ଭୋଟ ଦେଇଛି ଆଉ କିଏ ନଦେଇଛି ଏହି ଘଟଣାକୁ ନେଇ ୨ଗୋଷ୍ଠୀଙ୍କ ଭିତରେ ଆରମ୍ଭ ହୋଇଥିଲା ବଚସା। ପରେ ଏହା ଉଗ୍ର ରୂପ ଧାରଣ କରି ଠେଲା ପେଲା, ପିଟାପିଟି ଏବଂ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ ଯାଏ ଯାଇଥିଲା।ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ଏହାକୁ ଆୟତକୁ ଆଣିବା ନିମନ୍ତେ ଉଭୟ ପକ୍ଷଙ୍କୁ ଘଉଡ଼ାଇ ଦେଇଥିଲେ।ବିଧାୟକ ମଧ୍ୟ ଏହାପରେ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ତେବେ ଏଭଳି ଚକାପଞ୍ଝା ଲାଗିଥିବାରୁ ଗତ କାଲିଠାରୁ ପୋଲିସ ଘଟଣା ଉପରେ ନଜର ରଖିଛି। ଏ ସମ୍ପର୍କରେ କୋରେଇ ଥାନାରେ ଗୋଟିଏ ପକ୍ଷରୁ ଲିଖିତ ଏତଲା ଦିଆଯାଇଥିବା ବେଳେ ଏହି ଏତଲା ଆଧାରରେ 8 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଜଣାପଡିଛି। କୋରେଇରେ ହିନ୍ଦୁ ଏବଂ ସଂଖ୍ୟଲଘୁ ସମ୍ପ୍ରଦାୟର ଲୋକମାନେ ରହୁଥିବାରୁ ଘଟଣା ଉପରେ ପୋଲିସ ଏବଂ ରାଜନେତା ମାନେ ସଜାଗ ଦୃଷ୍ଟି ରଖିଛନ୍ତି।ତେବେ ଏ ସମ୍ପର୍କରେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି।
Bite—1-ଆନନ୍ଦ ଚନ୍ଦ୍ର ବାରିକ,ଖିଲିପଦା ବାସୀ
Bite—2-ଚନ୍ଦନ ଖିଲାର, ଆହତ ବ୍ୟକ୍ତି

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.