ଯାଜପୁର: ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛି ଯାଜପୁର ଜିଲ୍ଲା କଂଗ୍ରେସ ।
ବରାହ ମନ୍ଦିର ନିକଟରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଏହି ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ ପାଇଁ ଉଦ୍ୟମ କରାଯାଇଥିଲା ।
ଆଜି ରାଜୀବଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଏହି ପ୍ରତିମୂର୍ତ୍ତିକୁ ପୁନଃ ଅବସ୍ଥାପିତ କରାଯାଇଛି । ତେବେ ଆଜି ବରାହ ମନ୍ଦିର ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତ ଗାନ୍ଧୀଙ୍କ ସଂପର୍କରେ ଆଲୋଚନା କରିଥିବା ଜଣା ପଡିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ