ETV Bharat / state

ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ

author img

By

Published : Jun 16, 2022, 10:03 PM IST

ଯାଜପୁର ଜିଲ୍ଲାରେ ଆୟକର ବିଭାଗ ଅତର୍କିତ ଚଢାଉ କରିଛି । ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ସାରୋଇ ଗ୍ରାମର ଜନୈକ ଖଣି ବ୍ୟବସାୟୀଙ୍କ ଘରେ ଚଢାଉ ହୋଇଥିବାବେଳେ ଜାରକା ଇଣ୍ଡଷ୍ଟ୍ରି ଠାରେ ଥିବା କୋଣାର୍କ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି । ଅଧିକ ପଢନ୍ତୁ

ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲାରେ ଆୟକର ବିଭାଗ ଅତର୍କିତ ଚଢାଉ କରିଛି । ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ସାରୋଇ ଗ୍ରାମର ଜନୈକ ଖଣି ବ୍ୟବସାୟୀଙ୍କ ଘରେ ହଠାତ୍ ଭୋର୍ ସମୟରେ ଆୟକର ବିଭାଗ ଚଢାଉ କରିଛି । ସେହିପରି, ହରିଦାସପୁର ଠାରେ ଥିବା ଏକ ଷ୍ଟକ୍ ୟାର୍ଡରେ ବିଭାଗ ଚଢାଉ ଜାରି ରହିଛି ।

ଅନ୍ୟ ଏକ ସ୍ଥାନ ଜାରକା ଇଣ୍ଡଷ୍ଟ୍ରି ଠାରେ ଥିବା କୋଣାର୍କ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ହଠାତ୍ ଏଭଳି ଚଢାଉ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ହେଲେ ସ୍ପଷ୍ଟ ସୂଚନା ମିଳିନାହିଁ ଯେ, କାହିଁକି ଏପରି ଚଢାଉ କରାଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.